www.samajalive.in
Wednesday, December 10, 2025
26.1 C
Bhubaneswar

ଖୁସି ରହିବାର ସରଳ ଉପାୟ

ମନସ୍ତତ୍ତ୍ବବିତ୍ ନୁରଜାହାଁ ଖାନ୍ ଭାରତର ଜଣେ ନାମୀ ବିଶେଷଜ୍ଞ। ବିଭିନ୍ନ ବର୍ଗର ଲୋକ ତାଙ୍କ ନିକଟକୁ ପରାମର୍ଶ ନେବା ନିମନ୍ତେ ଯୋଗାଯୋଗ କରନ୍ତି। କେବଳ ଭାରତ ନୁହେଁ, ବରଂ ବିଦେଶରୁ ମଧ୍ୟ ସଂଖ୍ୟାଧିକ ଲୋକେ ତାଙ୍କ ନିକଟକୁ ଆସୁଥିବାର ପ୍ରକାଶ। ନୁରଜାହାଁଙ୍କ ମତରେ ପୁରୁଷଙ୍କ ତୁଳନାରେ ଆମ ସମାଜରେ ମହିଳାମାନେ ଅଧିକ ଅବସାଦଗ୍ରସ୍ତ। ବିଶେଷ କରି କର୍ମଜୀବୀ ମହିଳାମାନେ ଉଭୟ ଘର-ବାହାର କାମ ତୁଲାଉ ଥିବାରୁ ସେମାନେ ସମୟକ୍ରମେ ଚାପଗ୍ରସ୍ତ ହୁଅନ୍ତି।
ଏସବୁଥିରୁ ବର୍ତ୍ତିବାର ସରଳ ଉପାୟ ହେଉଛି ନିଜେ ଖୁସି ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟର ଖୁସିକୁ ଦେଖିଲେ ନିଜେ କେବେହେଲେ ଶାନ୍ତି ପାଇ​‌ବେ ନାହିଁ ବୋଲି ସେ କହିଛନ୍ତିି।
ତାଙ୍କ ପାଖକୁ କିଛି ମାସ ତଳେ ଜନୈକ କର୍ମଜୀବୀ ମହିଳା ଆସିଥିଲେ। ତାଙ୍କର ଗୋଟିଏ ଝିଅ। ସ୍ବାମୀ ତାଙ୍କର ଏକ ନାମୀ କମ୍ପାନୀରେ କାର୍ଯ୍ୟରତ। ତେବେ ଶାଶୂ-ଶ୍ବଶୁରଙ୍କ ଯୁକ୍ତି ଥିଲା ମହିଳାଜଣକ ଦ୍ବିତୀୟ ସନ୍ତାନ ନିମନ୍ତେ ଚିନ୍ତା କରନ୍ତୁ। ମହିଳାଜଣକ ବିଭିନ୍ନ ଦାୟିତ୍ବରେ ବ୍ୟସ୍ତ ରହୁଥିବାରୁ ଘରଲୋକଙ୍କ ଏହି ଅବୁଝାମଣା ଭାବ ଦେଖି ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ସ୍ବାମୀ ଅନନ୍ୟୋପାୟ ହୋଇ ନୁରଜାହାଁଙ୍କ ପାଖକୁ ଆସିଥିଲେ ପତ୍ନୀଙ୍କୁ ନେଇ। ନୁରଜାହାଁଙ୍କ କାଉନସେଲିଂରେ ସେଇ ମହିଳା ଏବେ ଅବସାଦମୁକ୍ତ ହୋଇ ଖୁସିରେ ଜୀବନ ଅତିବାହିତ କରୁଛନ୍ତି।
ନୁରଜାହାଁ ଏହା ମଧ୍ୟ କହିଛନ୍ତି ଅନ୍ୟର ସଫଳତାରେ ଈର୍ଷାପରାୟଣ ନ ହୋଇ ବରଂ ଖୁବ୍ ଖୁସି ହୁଅନ୍ତୁ। ଯଦିଓ ସ୍ବତଃସ୍ଫୂର୍ତ୍ତ ଭାବରେ ମନ ଭିତରକୁ ଏ ଭାବ ନ ଆସୁଛି, ତେବେ ନିଜ ଅହଂକାରକୁ ଅନ୍ୟ ସମ୍ମୁଖରେ ଦେଖାଇବା ଅନୁଚିତ।
ଏହା ନିରାଟ ସତ ଯେ ପରିବାରରେ ସମସ୍ତଙ୍କ ମନ ନେଇ ଚଳିହୁଏନି। ଏଣୁ ନିଜେ ଯେତିକି ସମ୍ଭବ, ସେତିକି ଯୋଗଦାନ ଦିଅନ୍ତୁ ପ୍ରତ୍ୟେକ କାର୍ଯ୍ୟରେ। ଅନ୍ୟକୁ ଖୁସି କରାଇବାକୁ ଯାଇ ନିଜେ ଦୁଃଖରେ ରହିବା ସବୁଠୁ ବଡ଼ ଅନ୍ୟାୟ ଅଟେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories