www.samajalive.in
Wednesday, December 10, 2025
26.1 C
Bhubaneswar

ଆରପାରିରେ ଚଳଚ୍ଚିତ୍ର ନିର୍ମାତା କଳ୍ପନା ଲାଜମୀ

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶିକା କଳ୍ପନା ଲାଜମୀଙ୍କର ରବିବାର ପରଲୋକ ଘଟିଛି। ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ମୁମ୍ବଇର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ତିନି ବର୍ଷ ଧରି ସେ କିଡ୍ନୀ କ୍ୟାନସରରେ ପୀଡ଼ିତ ଥିଲେ ।
କଳ୍ପନା, ପ୍ରସିଦ୍ଧ ଚିତ୍ରକାର ଲଲିତା ଲାଜମୀଙ୍କ ଝିଅ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ଗୁରୁ ଦତ୍ତଙ୍କ ଝିଆରୀ। ତାଙ୍କ ମୃତ୍ୟୁରେ ବଲିଉଡର କଳାକାରମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ‘ରୁଦାଲୀ’, ‘ଦମନ’ ଓ ‘ଦରମିୟାନ୍’ ଭଳି ଚଳଚ୍ଚିତ୍ର ସେ ଦର୍ଶକଙ୍କୁ ଭେଟି ଦେଇଥିଲେ।
୧୯୯୩ ରେ ସେ ‘ରୁଦାଲୀ’ ଫିଲ୍ମ ନିର୍ମାଣ କରିଥିଲେ। ଏଥିରେ ଡିମ୍ପଲ୍ କପାଡ଼ିଆ ଅଭିନୟ କରିଥିଲେ। ଡିମ୍ପଲ ମଧ୍ୟ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।
୨୦୦୧ ରେ ସେ ‘ଦମନ’ ଚଳଚ୍ଚିତ୍ର ଭେଟି ଦେଇଥିଲେ। ଏଥିରେ ରବୀନା ଟଣ୍ଡନ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ରବୀନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।
୨୦୦୬ରେ କଳ୍ପନା ତାଙ୍କର ଶେଷ ଫିଲ୍ମ ‘ଚିଙ୍ଗାରୀ’ ନିର୍ମାଣ କରିଥିଲେ। ଏଥିରେ ମିଥୁନ୍ ଚକ୍ରବର୍ତ୍ତୀ ଓ ସୁସ୍ମିତା ସେନ୍ ଅଭିନୟ କରିଥିଲେ।
କଳ୍ପନା ଦେଶର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ୍ ବେନେଗଲଙ୍କ ଅଧୀନରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories