www.samajalive.in
Monday, December 15, 2025
26.1 C
Bhubaneswar

ପହିଲାରୁ ଖୋଲିବ ଶିମିଳିପାଳ

ବାରିପଦା : ଦୀର୍ଘ ସାଢ଼େ ଚାରି ମାସ ଧରି ବନ୍ଦ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଆଗାମୀ ୧ ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଅଭୟାରଣ୍ୟକୁ ଅଧିକ ସଜେଇ ଦିଆଯାଇଛି। ଶିମିଳିପାଳକୁ ଯିବା ପାଇଁ ଦୁଇଟି ପ୍ରବେଶ ପଥ ଯଶିପୁର ପଟେ କାଳିଆଣି ତନଖି ଫାଟକ ଏବଂ ବାରିପଦାରୁ ଲୁଲୁଙ୍ଗ ପଟେ ପିଠାବଟା ଫାଟକ ରହିଛି। ଯଶିପୁର ପଟେ ପ୍ରତିଦିନ ସର୍ବାଧିକ ୩୫ଟି ଚାରି ଚକିଆ ଯାନ ଏବଂ ଲୁଲୁଙ୍ଗ ପଟେ ସର୍ବାଧିକ ୨୫ଟି ଚାରି ଚକିଆ ଯାନ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯିବା ପାଇଁ ଅନୁମତି ମିଳିବ। ଉଭୟ ସ୍ଥାନର ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ପ୍ରବେଶ ଅନୁମତି ପତ୍ର ଦିଆଯିବାର ସମୟ ଧାର୍ଯ୍ୟ ରହିଛି। ଅପରାହ୍ନ ୩ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ଛାଡିବାକୁ ପଡ଼ିବ। ଶିମିଳିପାଳ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ ନେବା ବାଧ୍ୟତାମୂଳକ।
ସେହିପରି ଦେବକୁଣ୍ଡ ମଧ୍ୟ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଆଗାମୀ ୧ ତାରିଖଠାରୁ ଖୋଲାଯିବ ଏବଂ ସେଠାକୁ ଯିବା ପାଇଁ ପ୍ରଥମ ଫାଟକରୁ ଅନୁମତି ପତ୍ର ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମିଳିବାର ବ୍ୟବସ୍ଥା ହୋଇଛି। ଏହି ଫାଟକଠାରୁ ଭାରିଯାନ ପ୍ରବେଶ ନିଷେଧ ସହିତ ଦ୍ୱିତୀୟ ଫାଟକରୁ ସମସ୍ତ ଯାନ ନିଷେଧ ରଖାଯାଇଛି। ଅପରାହ୍ନ ୪ଟା ପୂର୍ବରୁ ପର୍ଯ୍ୟଟକଙ୍କୁ ଏହି ସ୍ଥାନ ଛାଡିବାକୁ ପଡ଼ିବ। ଶିମିଳିପାଳର କୁମାରି, ଗୁଡଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ଥିବା ଯାତ୍ରୀନିବାସରେ ରାତ୍ରିଯାପନ ନିମନ୍ତେ ପର୍ଯ୍ୟଟକଙ୍କୁ ଅନଲାଇନରେ ଅଗ୍ରୀମ ଆରକ୍ଷଣ କରିବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories