ଡେସ୍କ : ହିମାଚଳ ପ୍ରଦେଶର ସମସ୍ତ ୬୮ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ସ୍ବାଧୀନ ପ୍ରାର୍ଥୀମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳରୁ ମୋଟ ୫୬୧ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି । ସର୍ବମୋଟ ୭୭୫ଟି ମନୋନୟନ ପତ୍ର ଦାଖଲ ହୋଇଥିଲା। ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି ।
ଆସନ୍ତାମାସ ୧୨ ତାରିଖରେ ସେଠାରେ ମତଦାନ ହେବ। ନିର୍ବାଚନ ଫଳାଫଳ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ। ହିମାଚଳ ପ୍ରଦେଶରେ ସର୍ବମୋଟ ୫୫ ଲକ୍ଷ ୯୨ ହଜାର ୮୨୮ ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୨୭ ଲକ୍ଷ ୩୭ ହଜାର ୮୪୫ ମହିଳା, ୨୮ ଲକ୍ଷ ୫୪ ହଜାର ୯୪୫ ଜଣ ପୁରୁଷ ଓ ୩୮ ଜଣ ତୃତୀୟ ଲିଙ୍ଗୀ ମତଦାତା ଅଛନ୍ତି । ଇତିମଧ୍ୟରେ ସେଠାରେ ପ୍ରଚାର ଧୀରେ ଧୀରେ ସରଗରମ ହେବାରେ ଲାଗିଛି। ବିଜେପି ନେତା ଅନୁରାଗ ଠାକୁର ପାର୍ଟି ବିଜେପି ପକ୍ଷରୁ ପ୍ରଚାରର ମଙ୍ଗ ଧରିଛନ୍ତି।



