www.samajalive.in
Monday, December 8, 2025
24.1 C
Bhubaneswar

ସିମ୍‌ବକ୍ସ ଜବତ ଘଟଣା: କଲକାତା ଯିବ ସ୍ବତନ୍ତ୍ର ଦଳ

ଭୁବନେଶ୍ବର : ରାଜଧାନୀରୁ ସିମବକ୍ସ ଜବତ ଘଟଣାରେ କମିସନରେଟ ପୁଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ରାଜୁ ମଣ୍ଡଳଙ୍କୁ ଜେରା ବେଳେ ପୁଲିସକୁ ଜବତ ହୋଇଥିବା ସିମ୍‌ର ତଥ୍ୟ ମିଳିଛି। ସିମଗୁଡିକର ସିଡିଆର୍‌ ତଥ୍ୟ ଆସିଥିବା ଭୁବନେଶ୍ୱର ଉପାୟୁକ୍ତ ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ସିମବକ୍ସ ଜରିଆରେ ଯେଉଁମାନଙ୍କୁ ଫୋନ୍‌ ଆସିଥିଲା ସେମାନଙ୍କୁ ଯୋଗାଯୋଗ କରାଯାଇଛି। ଟୋକନ କିମ୍ବା ଆପ୍‌ ମାଧ୍ୟମରେ ସିମବକ୍ସରେ କଲ କରୁଥିଲେ ଦେଶ ବାହାର ଲୋକ। ସବୁ ସିମ୍‌କାର୍ଡର ଗ୍ରାହକଙ୍କ ତଥ୍ୟ ମିଳିଛି। ତାକୁ ନେଇ ତଦନ୍ତ ଚାଲିଛି। ସେହିପରି ଜବତ ସବୁ ସିମ ପଶ୍ଚିମବଙ୍ଗରୁ କିଣା ଯାଇଛି। ସେଥିପାଇଁ ପୁଲିସର ଏକ ଦଳ ପଶ୍ଚିମବଙ୍ଗ ଯିବ। ଏଥିପାଇଁ ପଶ୍ଚିମବଙ୍ଗ ପୁଲିସ ସହ ଯୋଗାଯୋଗ କରାଯାଇଥିବା ସେ କହିଛନ୍ତି। ଶ୍ରୀ ସିଂହଙ୍କ ସୂଚନା ଅନୁସାରେ, ଏବେସୁଦ୍ଧା ଜବତ ହୋଇଥିବା ସମସ୍ତ ସିମ୍‌ବକ୍ସ ଚୀନରୁ ତିଆରି ହୋଇଛି। ସେଠାରୁ ଏଠାକୁ ଅଣାଯାଇଛି। ଉକ୍ତ ସିମ୍‌ବକ୍ସକୁ ପ୍ରକୃତ କେଉଁ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା ସେନେଇ ତଦନ୍ତ ଚାଲିଛି। ସିମ୍‌ବକ୍ସ ଜରିଆରେ ଲୋକଙ୍କୁ କଲ୍‌ କରିବା ଲାଗି ସୁବିଧା ଦିଆଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କମ୍‌ ପଇସାରେ ବାହାର ଦେଶକୁ କଲ୍‌ କରିବାକୁ ଅଭିଯୁକ୍ତ ଲୋକଙ୍କୁ ସୁବିଧା ଦେଉଥିଲେ। ଏଥିଲାଗି ସେମାନେ କୁପନ ବ୍ୟବସ୍ଥା କରିଥିଲେ। କୁପନ ଦେଖାଇ ଲୋକ ସିମ୍‌ବକ୍ସ ଜରିଆରେ ବାହାର ଦେଶକୁ କଲ୍‌ କରୁଥିଲେ। ଏବାବଦରେ ସିମ୍‌ବକ୍ସ କାରବାରର କାର୍ପଟଦାର ଆସାଦୁର ଜମାନ ଲାଭବାନ ହେଉଥିଲା। ଅଧିକାଂଶ କଲ୍‌ ମଧ୍ୟ ଏସିଆରୁ ଆସିଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଓ ସିବିଆଇକୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories