www.samajalive.in
Saturday, December 6, 2025
19.1 C
Bhubaneswar

ଚାନ୍ଦି ଧାରଣ କରିବାର ଲାଭ ଓ ସାବଧାନତା

ଚାନ୍ଦି ଏକ ଚତ୍ମକାର ଧାତୁ । ଧାର୍ମିକ ଦୃଷ୍ଟି କୋଣରୁ ଏହାକୁ ଅତ୍ୟନ୍ତ ପବିତ୍ର ଓ ସାତ୍ତ୍ବିକ ଧାତୁ ଭାବେ ମାନ୍ୟତା ମିଳିଛି । ଜ୍ୟୋତିଷ ଶାସ୍ତ୍ରରେ ଚାନ୍ଦି ଚନ୍ଦ୍ରମା ଓ ଶୁକ୍ର ଗ୍ରହ ଜଡିତ ବୋଲି କୁହାଯାଇଛି । ତେଣୁ ସାଧାରଣ ଜୀବନରେ ଚାନ୍ଦିର ଅନେକ ମହତ୍ତ୍ବ ରହିଛି ।

କିପରି କରିବେ ଚାନ୍ଦିର ପ୍ରୟୋଗ

- Advertisement -

ଚାନ୍ଦିର ମୁଦି କନିଷ୍ଠ ଅଙ୍ଗୁଳିରେ ଧାରଣ କରିବା ସର୍ବୋତ୍ତମ ବୋଲି କୁହାଯାଏ । ଏହା ଦ୍ବାରା ଚନ୍ଦ୍ରମାର ଶୁଭ ପ୍ରଭାବ ମିଳିଥାଏ ଏବଂ ମାନସିକ ସନ୍ତୁଳନ ଠିକ ରହିଥାଏ ।
ଚାନ୍ଦି ଚେନ୍ ଗଳାରେ ଧାରଣ କରିବା ଦ୍ବାରା ବାଣୀ ଶୁଦ୍ଧ ରହିଥାଏ । ଶରୀରର ହରମୋନ୍ସ ସନ୍ତୁଳିତ ରହିବା ସହ ମନରେ ଏକଗ୍ରତା ରହିଥାଏ ।
ଚାନ୍ଦିର କଡା ଧାରଣ କରିବା ଦ୍ବାରା ବାତ, ପିତ୍ତ ଓ କଫ ନିୟନ୍ତ୍ରିତ ରହିଥାଏ ।
ଚାନ୍ଦି ଗ୍ଲାସ ବା ଗିନାରେ ପାଣି ପିଇବା ଦ୍ବାରା ଥଣ୍ଡା ଓ କାଶ ଆଦି ରୋଗ ହୋଇନଥାଏ ।
ଚାନ୍ଦି ଗିନା ବା ଚାମଚରେ ମହୁ ଖାଇବା ଦ୍ବାରା ଶରୀର ବିଷମୁକ୍ତ ହୋଇଥାଏ ।
ଚାନ୍ଦି ଲୋଟାରେ ପଞ୍ଚାମୃତ(କ୍ଷୀର, ଦହି, ଘିଅ, ମହୁ ଓ ଚିନି) ସୋମବାର ଦିନ ଭଗବାନ ଶିବଙ୍କୁ ଅର୍ପଣ କରିବା ଦ୍ବାରା ଶରୀର ରୋଗ ମୁକ୍ତ ରହିଥାଏ । ମନ ଶାନ୍ତ ରହିବା ସହ ଗ୍ରହର ଅଶୁଭ ପ୍ରଭାବ ପଡି ନଥାଏ  ।

ସାବଧାନତା

ଚାନ୍ଦି ଶୁଦ୍ଧ ହୋଇଥିବା ଆବଶ୍ୟକ ।
ବିଶେଷ ଦଶା ଖଣ୍ଡନ ପାଇଁ ଚାନ୍ଦି ସହ ସୁନା ମିଶ୍ରଣ କରି ପିନ୍ଧନ୍ତୁ ।
ସୁନା ବ୍ୟତୀତ ଚାନ୍ଦିରେ ଅନ୍ୟ କୌଣସି ଧାତୁ ମିଶାଇ ଧାରଣ କରନ୍ତୁ ନାହିଁ ।
ଚାନ୍ଦି ବାସନକୁ ସର୍ବଦା ସଫା ରଖନ୍ତୁ ।
ଭାବନାତ୍ମକ ଲୋକେ ଚାନ୍ଦି ପ୍ରୟୋଗ ବେଳେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।
କର୍କଟ, ବିଚ୍ଛା ଏବଂ ମୀନ ରାଶିର ଲୋକଙ୍କ ପାଇଁ ଚାନ୍ଦି ସର୍ବଦା ଉତ୍ତମ ଅଟେ ।
ମେଷ, ସିଂହ ଓ ଧନୁ ରାଶିର ଲୋକଙ୍କ ପାଇଁ ଚାନ୍ଦି ବହୁତ ଅନୁକୂଳ ଅଟେ ।
ଅନ୍ୟ ରାଶି ପାଇଁ ଚାନ୍ଦି ସାମାନ୍ୟ ଫଳ ଦେଇଥାଏ ।
କିଛି ବିଶେଷ ଦଶା ପାଇଁ ଜ୍ୟେତିଷବିଦଙ୍କ ପରାମର୍ଶରେ ଏକ ବିଶେଷ ସମୟରେ ପଞ୍ଚଧାତୁ ଓ ଅଷ୍ଟଧାତୁ ମୁଦି ଧାରଣ କରାଯାଏ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories