www.samajalive.in
Saturday, December 6, 2025
26.1 C
Bhubaneswar

ବାସି ରୁଟିରେ ବନାନ୍ତୁ ଅଣ୍ଡା ଚିକେନ ରୋଲ

ଆବଶ୍ୟକୀୟ ସାମଗ୍ରୀ: ରୁଟି ୨ଟା, ଅଣ୍ଡା ୨ଟା, କଟା ପିଆଜ, କଟା କ୍ୟାପ୍ସିକମ୍, ବୋନ୍ ଲେସ୍ ଚିକେନ୍ ୫୦ ଗ୍ରାମ, ଗୋଲମରିଚ ଗୁଣ୍ଡ, ସସ୍ (ସୋୟା, ଟମାଟୋ,ଚିଲି)ତେଲ ଓ ସ୍ବାଦନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୋନ୍ ଲେସ୍ ଚିକେନକୁ ଭଲ ଭାବରେ ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ରଖନ୍ତୁ । ପିଆଜ, କ୍ୟାପ୍ସିକମ୍ ସବୁକୁ କାଟି ରଖନ୍ତୁ । ଅନ୍ୟ ଏକ ପାତ୍ରରେ ଅଣ୍ଡା, ଅଳ୍ପ ଲୁଣ ଓ ଗୋଲ ମରିଚ ଗୁଣ୍ଡା ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ଏବେ ଗ୍ୟାସରେ ପ୍ୟାନ୍ ବସାଇ ତେଲ ଗରମ କରି ଚିକେନକୁ ଭାଜନ୍ତୁ । ଚିକେନ ଅଳ୍ପ ଭାଜି ହୋଇ ଗଲେ ସେଥିରେ କଟା କ୍ୟାପ୍ସିକମ୍ ଓ ଅଳ୍ପ ଲୁଣ ପକାଇ ଭାଜନ୍ତୁ । ଭାଜି ହୋଇଗଲେ ସେଥିରେ ପ୍ରଥମେ ସୋୟା ସସ୍, ଟମାଟୋ ସସ୍ ଏବଂ ଗୋଲ ମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ । ଏବେ ଷ୍ଟପିଙ୍ଗ ତିଆରି ହୋଇଗଲା, ଏହାକୁ ଏକ ପ୍ଲେଟରେ କାଢି ଆଣନ୍ତୁ ।

- Advertisement -

ଟାୱା ଗରମ କରି ସେଥିରେ ୨ ଚାମଚ ତେଲ ପକାନ୍ତୁ । ପୂର୍ବରୁ ପ୍ରସ୍ତୁତ ଥିବା ଅଣ୍ଡାକୁ ଢାଳି(ଅଧା ଢାଳିବେ ଆଉ ଅଧା ଅନ୍ୟ ରୁଟି ପାଇଁ ଛାଡି ଦେବେ) ତା ଉପରେ ରୁଟିକୁ ରଖି ହାତରେ ଭଲ ଭାବେର ସେଭ ଦେଇ ଦିଅନ୍ତୁ। ଯେପରି ରୁଟି ଉପରେ ଅଣ୍ଡା ଭଲ ଭାବରେ ଲାଗିଯିବ । ରୁଟିର ବିପରୀତ ପଟ ମଧ୍ୟ ସେକି ପ୍ଲେଟକୁ କାଢି ଆଣନ୍ତୁ । ସେହିପରି ଅନ୍ୟ ରୁଟିକୁ ମଧ୍ୟ ଅଣ୍ଡା ଦେଇ ପ୍ରସ୍ତୁତ କରି ନିଅନ୍ତୁ । ଏବେ ସେଥିରେ ଷ୍ଟପିଙ୍ଗ, କଟା ପିଆଜ ଓ ଚିଲି ସସ୍ ଦେଇ ରୋଲ ପରି ଗୁଡେଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ବାସି ରୁଟିରେ ଅଣ୍ଡା ଚିକେନ ରୋଲ ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories