www.samajalive.in
Saturday, December 6, 2025
16.1 C
Bhubaneswar

ଏସବୁ ଲକ୍ଷଣ ଦେଇଥାଏ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ସଙ୍କେତ

ଶରୀରର ରୋଗ ପ୍ରତିରୋଧକ ଶକ୍ତି ଠିକ୍ ଥିଲେ କୌଣସି ସଂକ୍ରାମକ ରୋଗ ଆମର କିଛି କ୍ଷତି କରିପାରିବ ନାହିଁ। ଏହା ରୋଗ ସହ ଲଢି ଏହାକୁ ପରାସ୍ତ କରିବାରେ ସହାୟକ ହୋଇଥାଏ। ଏବେ ସାରା ବିଶ୍ୱ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା କରୋନାକୁ ହରାଇବା ପାଇଁ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ଥିବା ଆବଶ୍ୟକ। ତେବେ ଆପଣ ଭାବୁଥିବେ ଯେ ଆପଣଙ୍କର ପ୍ରତିରୋଧକ ଶକ୍ତି ମଜଭୁତ ଅଛି ନା ଦୁର୍ବଳ ଅଛି ତାହା କେମିତି ଜାଣିବେ। ସାଧାରଣତଃ କିଛି ବିଶେଷ ଲକ୍ଷଣରୁ ଜଣାପଡ଼େ ଯେ ଆପଣଙ୍କର ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଉଛି। ଆସନ୍ତୁ ଜାଣିବା ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର କିଛି ଲକ୍ଷଣ ବିଷୟରେ –

୧. ଥକ୍କା ଅନୁଭବ କରିବା : ସବୁବେଳେ ଥକ୍କା ଏବଂ ଆଳସ୍ୟ ଲାଗି ରହିବାର ଅନେକ କାରଣ ହୋଇପାରେ, ଯେପରିକି ପର୍ୟ୍ୟାପ୍ତ ନିଦର ଅଭାବ, ମାନସିକ ଚିନ୍ତା, ଆନିମିଆ କିମ୍ବା କ୍ରୋନିକ୍ ଫାଟିଗ୍ୟୁ ସିଣ୍ଡ୍ରୋମ୍। ଯଦି ଆପଣ ଏହାର କାରଣ ଜାଣି ପାରୁ ନାହାନ୍ତି ଏବଂ ପର୍ୟ୍ୟାପ୍ତ ନିଦ ପରେ ମଧ୍ୟ ଆପଣଙ୍କୁ ଥକ୍କା ଲାଗୁଛି ତେବେ ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀ ଅର୍ଥାତ୍ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଉଛି ବୋଲି ଜାଣନ୍ତୁ।

- Advertisement -

୨. ବାରମ୍ବାର ଜ୍ୱର ହେବା : ଋତୁ ପରିବର୍ତ୍ତନରେ ଜ୍ୱର ହେବା ସାଧାରଣ କଥା,ଖାସ୍ କରି ଶୀତଦିନରେ। କିନ୍ତୁ ଯଦି ଆପଣ ସବୁ ଋତୁରେ ଅସୁସ୍ଥ ହେଉଛନ୍ତି ତେବେ ଏହାର କାରଣ ହେଉଛି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ। ରୋଗ ପ୍ରତିରୋଧକ ଶକ୍ତି ବ୍ୟାକ୍ଟେରିଆ,ଭାଇରସ୍ ଏବଂ ରୋଗ ସହ ଲଢ଼ିଥାଏ। ଯଦି ଆପଣଙ୍କୁ ଅଧିକାଂଶ ସମୟରେ ୟୁରିନ୍ ଇନଫେକ୍ସନ, ମୁହଁରେ ଅଲସର ,ଜ୍ୱର କିମ୍ବା ଫ୍ଲୁ ସମସ୍ୟା ଲାଗି ରହୁଛି ତେବେ ଆପଣ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।

୩. ଆଲର୍ଜି ସମସ୍ୟା : ବହୁତ ଲୋକଙ୍କର ଆଲର୍ଜି ସମସ୍ୟାଥାଏ । ଫଳରେ ସେମାନଙ୍କୁ ଭାଇରାଲ୍ ଫିଭର ହୋଇଥାଏ। କିନ୍ତୁ ଯଦି ଆପଣଙ୍କ ଆଖିରୁ ସବୁବେଳେ ପାଣି ବାହାରୁଛି ,କୌଣସି ଖାଇବା ଜିନିଷରେ ଆପଣଙ୍କ ଯଦି ରିଆକ୍ସନ୍ ହେଉଛି,ସ୍କିନ୍ ରାସେଜ,ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ ପେଟରେ ସମସ୍ୟା ହେଉଛି ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ଏକ ସଙ୍କେତ ହୋଇପାରେ।

୪. ଘା ଶୁଖିବାରେ ସମୟ ଲାଗିବା : ଘା ଶୁଖିଲେ ତ୍ୱଚାରେ ଶୁଖିଲା ଆସ୍ତରଣ ହୋଇଥାଏ। ଯାହା ରକ୍ତକୁ ଶରୀରରୁ ବାହାରକୁ ବାହାରିବାରେ ରୋକିଥାଏ। ଯଦି ଆପଣଙ୍କ ଘା ଶୀଘ୍ର ଖୁଖି ନଥାଏ ତେବେ ଏହାର ଅର୍ଥ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଛି।

୫.ପାଚନ ସମସ୍ୟା : ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆ ରୋଗ ପ୍ରତିରୋଧକ ଶକ୍ତି ଉପରେ ସିଧାସଳଖ ପ୍ରଭାବ ପକାଇଥାନ୍ତି। ଯଦି ଆପଣଙ୍କୁ ବାରମ୍ବାର ଡାଇରିଆ,ଅଲସର,ଗ୍ୟାସ୍,କୋଷ୍ଠକାଠିନ୍ୟର ସମସ୍ୟା ହୋଇଥାଏ ତେବେ ଏହା ଅର୍ଥ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଠିକଭାବେ କାମ କରୁନାହିଁ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories