www.samajalive.in
Sunday, December 14, 2025
19.1 C
Bhubaneswar

ଜେଲ୍‌ ଗଲେ ସିଧୁ

ପଟିଆଲା : ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଧୁଙ୍କୁ କାରାଗାର (ଜେଲ୍‌)କୁ ପଠାଯାଇଛି। ଶୁକ୍ରବାର ସିଧୁ ପଟିଆଲାସ୍ଥିତ ମୁଖ୍ୟ ଦୌରାଜଜ୍‌ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ପଟିଆଲାର କେନ୍ଦ୍ରୀୟ କାରାଗାରକୁ ପଠାଇଦିଆଯାଇଛି। ଜେଲ୍‌କୁ ପଠାଯିବା ପୂର୍ବରୁ ମାତା କୌଶଲ୍ୟା ହସ୍ପିଟାଲରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜେଲ୍‌ରେ ସିଧୁଙ୍କୁ ସ୍ବତନ୍ତ୍ର ଖାଦ୍ୟ ଯୋଗାଇ ଦେବା ଲାଗି ତାଙ୍କ ଓକିଲ ଏଚପିଏସ୍‌ ବର୍ମା ଅଦାଲତଙ୍କୁ ନିବେଦନ କରିଛନ୍ତି। ୫୮ବର୍ଷୀୟ ସିଧୁଙ୍କର ନିକଟରେ ଅ‌େସ୍ତ୍ରାପଚାର କରାଯାଇଥିଲା। ଏବେ ସେ ଚିକିତ୍ସା ପଦ୍ଧତିରେ ଅଛନ୍ତି। ଜେଲ୍‌ର ଯେଉଁ ବାରାକରେ ସିଧୁଙ୍କୁ ରଖାଯିବ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୧୯୮୮ ମସିହାର ଏକ ମାଡପିଟ୍‌ ଘଟଣାରେ ସୁପ୍ରିମକୋର୍ଟ ସିଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହି କାରାଦଣ୍ଡାଦେଶ ଆଧାରରେ ସିଧୁଙ୍କୁ ଜେଲ୍‌ ପଠାଯାଇଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories