www.samajalive.in
Monday, December 15, 2025
26.1 C
Bhubaneswar

ସିଦ୍ଧୁ ମୋଜେ ୱାଲା ହତ୍ୟା ମାମଲା: ପୂର୍ବ ଯୋଜନା ଓ ସହାୟତା ପ୍ରଦାନ ଅଭିଯୋଗରେ ୮ ଗିରଫ

ଡେସ୍କ: ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୋଜେ ୱାଲାଙ୍କ ହତ୍ୟାରେ ଲିପ୍ତ ସୁଟରଙ୍କୁ ସହାୟତା ଯୋଗାଇବା, ଆଶ୍ରୟ ଦେବା ଓ ହତ୍ୟା ପୂର୍ବରୁ ସୂଚନା ଯୋଗାଇବା ଅଭିଯୋଗରେ ପଞ୍ଜାବ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ପଞ୍ଜାବ ସୂଚନା ଏବଂ ଜନସମ୍ପର୍କ ବିଭାଗ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ ମୋଜେ ୱାଲାଙ୍କ ଦେହରେ ୧୯ଟି ଗୁଳି ଲାଗିଛି ଏବଂ ଗୁଳି ବିନିମୟର ୧୫ ମିନିଟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଛି।

ମୋଜେ ୱାଲା ମେ ୨୯ରେ ଅପରାହ୍ନ ୪.୩୦ ମିନିଟ ସମୟରେ ତାଙ୍କ ଘରୁ ପଡୋଶୀ ଗୁରୁବିନ୍ଦର ସିଂ ଏବଂ ସମ୍ପର୍କୀୟ ଗୁରୁପ୍ରୀତ ସିଂଙ୍କ ସହ ବାହାରିଥିଲେ ଓ ସେହି ସମୟରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କୁ ଗୁଳି କରି ହତ୍ୟା କରିଥିବା କୁହାଯାଇଛି। ସୂଚନାନୁସାରେ, ଗିରଫ ହୋଇଥିବା ବ୍ୟକ୍ତିମାନେ ହରିୟାଣା ସିର୍ସାର ସନ୍ଦୀପ ସିଂ (କେକଡା), ବଠିଣ୍ଡା ତଲୱାଣ୍ଡି ସାବୋର ମନପ୍ରୀତ ସିଂ (ମାନ୍ନା), ଫରୀଦକୋଟର ମନପ୍ରୀତ ଭାଉ, ଅମୃତସରର ସରାଜ ମିଣ୍ଟୁ, ହରିୟାଣା ତଖତ ମଲର ପ୍ରଭଦୀପ ସିଦ୍ଧୁ (ପବି), ହରିୟାଣା ସୋନେପତର ମୋନୁ ଡଗର ଓ ଫତେହାବାଦର ପବନ ବିଷ୍ଣୋଇ ଏବଂ ନସିବ।

- Advertisement -

ଏହି ଅପରାଧରେ ସମ୍ପୃକ୍ତ ୪ ଜଣ ସୁଟରଙ୍କୁ ମଧ୍ୟ ପୁଲିସ ଚିହ୍ନଟ କରିଥିବା ଜଣାପଡିଛି। ଗୋଲ୍ଡି ବ୍ରାର ଏବଂ ସଚିନ ଥାପନଙ୍କ ନିର୍ଦ୍ଦେଶରେ କେକଡା ନିଜକୁ ପ୍ରଶଂସକ ବୋଲି ଦର୍ଶାଇ ଗାୟକଙ୍କ ଗତିବିଧି ଉପରେ ନଜର ରଖୁଥିଲା। ହତ୍ୟାକାଣ୍ଡର କିଛି ମିନିଟ୍ ପୂର୍ବରୁ ସେ ମଧ୍ୟ ଗାୟକଙ୍କ ସହ ସେଲ୍ଫି ନେଇଥିବା ଜଣାପଡିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories