www.samajalive.in
Saturday, December 13, 2025
23.1 C
Bhubaneswar

ସିଦ୍ଧୁଙ୍କ ସୁରକ୍ଷା ପାଇଁ ଗୃହମନ୍ତ୍ରାଳୟକୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ : ପଞ୍ଜାବ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ସରକ୍ଷା ପାଇଁ କଂଗ୍ରେସ କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ଆବେଦନ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟବାଲା ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଏକ ପତ୍ର ଲେଖିଛନ୍ତି। ସେ ଲେଖିଛନ୍ତି, ‘ନବଜୋତ ସିଂହ ସିଦ୍ଧୁ ଜଣେ ଲୋକପ୍ରିୟ କ୍ରିକେଟର ତଥା ରାଜନୈତିକ ବ୍ୟକ୍ତି। ସେ ପଞ୍ଜାବରେ ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ମଧ୍ୟ ଦେଖାଯାଇଥିଲା। ତାଙ୍କପ୍ରତି ଭାରତରେ ଲୋକମାନଙ୍କ ଭଲପାଇବା ବଢିଚାଲିଛି। ବିଜେପି ଚାଡିବା ପରେ ସିଦ୍ଧୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି’।
ସିଦ୍ଦୁ ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟ ଯାଉଥିବାରୁ ତାଙ୍କୁ ସୁରକ୍ଷାର ଆବଶ୍ୟକତା ରହିଛି ବୋଲି ସୂର୍ଯ୍ୟବାଲା କହିଛନ୍ତି। ସୂଚନାଯୋଗ୍ୟ ଯେ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ସିଦ୍ଧୁଙ୍କୁ କଂଗ୍ରେସର ଷ୍ଟାର କ୍ୟାମ୍ପନର କରାଯାଇଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories