www.samajalive.in
Thursday, December 11, 2025
16.1 C
Bhubaneswar

ସନ୍ଦେଶଖାଲି ଯିବେ ଶୁଭେନ୍ଦୁ ଅଧିକାରୀ, ଅନୁମତି ଦେଲେ ହାଇକୋର୍ଟ

ଡେସ୍କ: କୋଲକାତା ହାଇକୋର୍ଟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ କେତେକ ପୂର୍ବ ସର୍ତ୍ତ ସହ ପୁଣି ସନ୍ଦେଶଖାଲି ଯିବାକୁ ଅନୁମତି ଦେଇଛନ୍ତି। ଜଷ୍ଟିସ କୌଶିକ ଚନ୍ଦା ନିର୍ଦ୍ଦେଶ ଦେଇଛନ୍ତି ଯେ ଶୁଭେନ୍ଦୁ ଜେଲିଆଖାଲି ଗ୍ରାମ ପଞ୍ଚାୟତର ହଳଧର ପଡ଼ା ଯାଇପାରିବେ। ଶୁଭେନ୍ଦୁଙ୍କ ସହ ଆଉ ଜଣେ ବିଜେପି ବିଧାୟକ ଶଙ୍କର ଘୋଷ ମଧ୍ୟ ଉପସ୍ଥିତ ରହିବେ। ଜଷ୍ଟିସ କୌଶିକ ଚନ୍ଦା କହିଛନ୍ତି ଯେ ଶ୍ରୀ ଅଧିକାରୀଙ୍କୁ ସ୍ଥାନୀୟ ଥାନାରେ ବଣ୍ଡ ଦାଖଲ କରିବାକୁ ପଡିବ ଯେ ତାଙ୍କ ଗସ୍ତ ଯୋଗୁ ସେଠାରେ କୌଣସି ବିଶୃଙ୍ଖଳା ହେବ ନାହିଁ।

ମୁସଲିମ୍ କନଫରେନ୍ସ ଜମ୍ମୁ-କଶ୍ମୀର ଓ ମୁସଲିମ୍ କନଫରେନ୍ସ ବେଆଇନ ଘୋଷିତ

- Advertisement -

ଶୁଭେନ୍ଦୁ ଅଧିକାରୀଙ୍କ ସନ୍ଦେଶଖାଲି ଗସ୍ତକୁ ରାଜ୍ୟ ସରକାର ବିରୋଧ କରି କହିଛନ୍ତି ଯେ ପୂର୍ବରୁ ସେ ୧୪୪ ଧାରା ଉଲ୍ଲଂଘନ କରି ସେଠାରେ ଲୋକଙ୍କୁ ଏକାଠି କରିଥିଲେ। ଏହା ପୂର୍ବରୁ ଶୁଭେନ୍ଦୁ ଫେବ୍ରୁଆରି ୨୦ ତାରିଖରେ ସନ୍ଦେଶଖାଲି ଗସ୍ତ କରିଥିଲେ।

ବାୟୁସେନା ମୁଖ୍ୟଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ଅନ୍ୟ ଏକ ଆଦେଶରେ କଲିକତା ହାଇକୋର୍ଟର ବିଚାରପତି କୌଶିକ ଚନ୍ଦା ନୂଆଦିଲ୍ଲୀରେ ଥିବା ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ମାର୍ଚ୍ଚ ୩ ତାରିଖରେ ସନ୍ଦେଶଖାଲି ଗସ୍ତ ପାଇଁ ଅନୁମତି ଦେଇଛନ୍ତି। ପାଟନା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଏଲ୍ ନରସିଂହ ରେଡ୍ଡୀଙ୍କ ନେତୃତ୍ୱରେ ଗଠିତ ଏହି ଟିମକୁ ଗତ ଶନିବାର ଦିନ ପୁଲିସ ୧୪୪ ଧାରା ଲାଗୁ କରିଥିବା ଦର୍ଶାଇ ସନ୍ଦେଶଖାଲି ଯିବାରୁ ଅଟକାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories