www.samajalive.in
Tuesday, December 9, 2025
16.1 C
Bhubaneswar

କ୍ୟାନସର ଚିକିତ୍ସାରେ ସହାୟକ ହେବ ଏହି ଔଷଧ

ମୁମ୍ବାଇ : ମୁମ୍ବାଇ ସ୍ଥିତ ଟାଟା ଇନଷ୍ଟିଚ୍ୟୁଟର ଡାକ୍ତରମାନେ ଏମିତି ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି ଯାହା କ୍ୟାନସରର ଚିକିତ୍ସାକୁ ସହଜ କରିପାରିବ । ମେଟାଷ୍ଟେଟିକ୍ କ୍ୟାନସରକୁ ୪ର୍ଥ ପର୍ଯ୍ୟାୟ କ୍ୟାନସର କୁହାଯାଏ ଯେଉଁଥିରେ କ୍ୟାନ୍ସରର କୋଶିକା ମୁଖ୍ୟ ସ୍ଥାନରୁ ଅଲଗା ହୋଇ ଶରୀରର ଅନ୍ୟ ସ୍ଥାନକୁ ବ୍ୟାପିଯାଏ । ଏହି ମେଟାଷ୍ଟେଟିକ୍ କ୍ୟାନସରର ଆଶଙ୍କାକୁ କମ୍ କରିବା ଦିଗରେ ଟାଟା ଇନଷ୍ଟିଚ୍ୟୁଟର ଡାକ୍ତରମାନେ ‘ନ୍ୟୁଟ୍ରାସ୍ୟୁଟିକଲ ଥେରାପୀ’ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ରେସଭେରଟ୍ରଲ ଓ କପର ମିଶ୍ରଣ ପ୍ରୋ-ଅକ୍ସିଡେଣ୍ଟ ଟାବଲେଟକୁ ବ୍ୟବହାର କରାଯିବ । ଏହି ଔଷଧ ଜରିଆରେ ଚତୁର୍ଥ ପର୍ଯ୍ୟାୟର କ୍ୟାନସରର ଆଶଙ୍କାକୁ କମ୍ କରିବାରେ ସାହାଯ୍ୟ ମିଳିବ । କହିରଖୁଛୁ ଏପର୍ଯ୍ୟନ୍ତ କ୍ୟାନସରର ସମ୍ପୂର୍ଣ୍ଣ ଚିକିତ୍ସା ପରେ ମଧ୍ୟ କ୍ୟାନସର ସେଲ୍ସ ଶରୀରରେ ପୁଣି ଆକ୍ରମଣ କରିଥାନ୍ତି କିନ୍ତୁ ଏହି ଔଷଧ ଜରିଆରେ ଏହାକୁ ରୋକିହେବ ।

ମୁମ୍ବାଇ ସ୍ଥିତ ଆଡଭାନ୍ସ ସେଣ୍ଟର ଫର୍ ଟ୍ରିଟମେଣ୍ଟ, ରିସର୍ଚ୍ଚ ଆଣ୍ଡ ଏଜୁକେସନ ଇନ୍ କ୍ୟାନ୍ସର ହସ୍ପିଟାଲର ଡାକ୍ତର ଇନ୍ଦ୍ରନିଲ୍ ମିତ୍ରା କୁହନ୍ତି କି ଡାକ୍ତରମାନେ ପୂର୍ବରୁ ମୂଷା ଉପରେ ଗବେଷଣା କରିଥିଲେ ଏବଂ ମୂଷାଙ୍କ ଶରୀରରେ ମନୁଷ୍ୟଙ୍କ କ୍ୟାନସର କୋଷିକା ରଖାଗଲା । କିଛି ଦିନ ପରେ ମୂଷାଙ୍କ ନିକଟରେ କ୍ୟାନସର ବିକଶିତ ହେଲା । ଏହା ପରେ ରେଡିଏସନ୍, କେମୋ ଥେରାପି ଏବଂ ସର୍ଜରୀ ଜରିଆରେ ତାଙ୍କର ଚିକିତ୍ସା କରାଗଲା । ଏହି ସାଧାରଣ ଏବଂ ପୂର୍ବ ପ୍ରଚଳିତ ଚିକିତ୍ସାରେ କ୍ୟାନସର କୋଶିକା ଛୋଟ ଛୋଟ ଅଂଶରେ ନଷ୍ଟ ହୋଇଗଲା । କିନ୍ତୁ କିଛି କୋଶିକା ଶରୀରର ଅନ୍ୟ ଭାଗକୁ ବ୍ୟାପିଗଲା ଯାହା ଫଳରେ ଏହା ବ୍ୟାପିବା ଆଶଙ୍କା ବଢିଗଲା ।

- Advertisement -

ତେବେ କୁହାଯାଉଛି କି ପ୍ରୋ-ଅକ୍ସିଡେଣ୍ଟ ଏକ ଘରୋଇ ଉପଚାର ଭଳି ପ୍ରସ୍ତୁତ କରାଯାଇଛି ଯାହା କ୍ୟାନସରର ଶେଷ ପର୍ଯ୍ୟାୟର କ୍ୟାନସର ସମୟରେ ହେଉଥିବା ପାର୍ଶ୍ବପ୍ରତିକ୍ରିୟାକୁ ରୋକିବାରେ ସହାୟକ ହେବ । ଡାକ୍ତରଙ୍କ କହିବାନୁସାରେ ଏହାର ପରୀକ୍ଷା ଫଳାଫଳ ଭଲ ଆସିଛି । ଏବେ ଏହି ଟାବଲେଟକୁ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍ ଇଣ୍ଡିଆର ମଞ୍ଜୁରି ମିଳିବାକୁ ପ୍ରତୀକ୍ଷା ରହିଛି । ତେବେ କହିରଖୁଛୁ କ୍ୟାନସରର ଅନ୍ୟ ଚିକିତ୍ସା ଅପେକ୍ଷା ଏହି ଟାବଲେଟ୍ ବହୁତ ଶସ୍ତା ଏବଂ ଏହାର ଦାମ୍ ପ୍ରାୟ ୧୦୦ ଟଙ୍କା ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories