www.samajalive.in
Saturday, December 6, 2025
14.1 C
Bhubaneswar

ୟାସ୍‍ ପ୍ରଭାବିତ ଜନସମୁଦାୟଙ୍କୁ ରିଲିଫ ଯୋଗାଉଛି ଶ୍ୟାମ ଷ୍ଟିଲ

ଭୁବନେଶ୍ୱର: ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ଏବଂ ନିର୍ମାତା ଶ୍ୟାମ ଷ୍ଟିଲ ଇଣ୍ଡିଆ ଓଡ଼ିଶାରେ ବାତ୍ୟା ୟାସ୍‍ ଦ୍ୱାରା ପ୍ରଭାବିତ ପରିବାରଗୁଡିକୁ ରିଲିଫ ସାମଗ୍ରୀ ଆବଣ୍ଟନ କ୍ଷେତ୍ରରେ ସହାୟତାର ହାତ ବଢାଇଛି। ବାତ୍ୟା ଧ୍ୱଂସଲୀଳା ରଚାଇଥିବା ବଙ୍ଗାଳି ସାହି, କରଞ୍ଜଗାଡିଆ, ଚାନ୍ଦିମାଳ ଆଦି ଅଞ୍ଚଳରେ କମ୍ପାନୀ ଏକାଧିକ ଶିବିର ସ୍ଥାପନ କରିଛି। ଉକ୍ତ ଅଞ୍ଚଳର ସମସ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ଏହି ସମସ୍ତ ଶିବିରରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯିବ। ବାତ୍ୟା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଜିଲାରେ ରିଲିଫ ଓ ପୁନଃଥଇଥାନ କାର୍ଯ୍ୟକଳାପରେ ସହାୟତା କରିବାକୁ ଶ୍ୟାମ ଷ୍ଟିଲ ଇଣ୍ଡିଆ ଆଗେଇ ଆସିଛି। ଶିବିରଗୁଡିକରେ ଯୋଗାଇ ଦିଆଯିବାକୁ ଥିବା ରିଲିଫ ସାମଗ୍ରୀ ମଧ୍ୟରେ ଚୁଡା, ଗୁଡା, ବିସ୍କୁଟ, ବୋତଲ ପାଣି, ମହମବତୀ, ଦିଆସିଲି ଏବଂ ତାରପୋଲିନ ଆଦି ଅନ୍ତର୍ଭୁକ୍ତ।
ଶ୍ୟାମ ଷ୍ଟିଲ ଇଣ୍ଡିଆର ଡାଇରେକ୍ଟର ଲଳିତ ବେରିୱାଲା କହିଛନ୍ତି, ଏହି ଜଟିଳ ସମୟରେ ଶ୍ୟାମ ଷ୍ଟିଲ ଇଣ୍ଡିଆ ପରିବାର ପ୍ରତ୍ୟେକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡାହୋଇଛି। ଆମେ ସମସ୍ତେ ମିଳିତ ଭାବରେ ଏହାର ମୁକାବିଲା କରୁଛୁ। ବାତ୍ୟା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡିକରେ ଆମେ ରିଲିଫ ସାମଗ୍ରୀ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛୁ। ଓଡ଼ିଶାରେ ରହିଥିବା ଆମର ଏକ ଦଳ ପ୍ରଭାବିତ ଲୋକଙ୍କୁ ଜରୁରୀକାଳୀନ ଭିତ୍ତିରେ ରିଲିଫ ସାମଗ୍ରୀ ବଣ୍ଟନ କରୁଛନ୍ତି। ଏହି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଆମେ ଅଧିକ ସହାୟତା ଯୋଗାଇଦେବୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories