www.samajalive.in
Monday, December 15, 2025
26.1 C
Bhubaneswar

ଡା. ନାଗେଶ୍ୱର ରେଡ୍ଡୀଙ୍କୁ ଆମେରିକାନ୍ ସୋସାଇଟି ଅଫ ଗାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଏଣ୍ଡୋସ୍କୋପି ପକ୍ଷରୁ ସର୍ବୋଚ୍ଚ ସମ୍ମାନ

ହାଇଦରାବାଦ: ଦେଶର ଏକ ବୃହତ ସୁପରସ୍ପେଶିଆଲିଟି ହସପିଟାଲ ଏଆଇଜି ହସପିଟାଲର ଚେୟାରମ୍ୟାନ ଡା. ଡି. ନାଗେଶ୍ୱର ରେଡ୍ଡୀଙ୍କୁ ସମ୍ମାନଜନକ ତଥା ପ୍ରସିଦ୍ଧ ରୁଡଲଫ୍ ଭି ସିଣ୍ଡଲର ପୁରସ୍କାର ପ୍ରଦାନ କରାଯାଇଛି। ଦି ଆମେରିକାନ୍ ସୋସାଇଟି ଅଫ ଗାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଏଣ୍ଡୋସ୍କୋପି (ଏଏସଜିଇ) ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହା ଜିଆଇ ଏଣ୍ଡୋସ୍କୋପି କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ସଂସ୍ଥା। ଏହି ପୁରସ୍କାରକୁ ଏଏସଜିଇର ବାର୍ଷିକ କ୍ରିଷ୍ଟାଲ ଆୱାର୍ଡ଼ରେ ଏକ ଭର୍ଚୁଆଲ ଉତ୍ସବରେ ଡା. ରେଡ୍ଡୀଙ୍କୁ ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ଡା. ସିଣ୍ଡଲରଙ୍କ ନାମରେ ନାମିତ କରାଯାଇଛି ଯାହାଙ୍କୁ ‘ଗାଷ୍ଟ୍ରୋସ୍କୋପିର ଜନକ’ ଭାବରେ ଜଣାଯାଏ। ଡା. ଡି. ନାଗେଶ୍ୱର ରେଡ୍ଡୀ ପ୍ରଥମ ଭାରତୀୟ ମେଡିକାଲ ପ୍ରାକ୍ଟିସନର ଭାବରେ ଏଣ୍ଡୋସ୍କୋପି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି। ଡା. ରେଡ୍ଡୀ ଭାରତରେ ପ୍ରଥମେ ଏଣ୍ଡୋସ୍କୋପିର ପ୍ରସାର କରିଥିଲେ ଓ ସାରା ବିଶ୍ୱର ଅନେକ ଏଣ୍ଡୋସ୍କୋପିଷ୍ଟଙ୍କୁ ଏ ବିଷୟରେ ଜ୍ଞାନ ପ୍ରଦାନ କରିଛନ୍ତି।
ଏହି ଅବସରରେ ଡା. ଡି ନାଗେଶ୍ୱର ରେଡ୍ଡୀ କହିଛନ୍ତି ଯେ ଏଏସଜିଇର ଜଣେ ଆନ୍ତର୍ଜାତିକ ସଦସ୍ୟ ଭାବରେ ଏହି ପୁରସ୍କାର ଲାଭକରି ସେ ନିଜକୁ ଗର୍ବିତ ମନେକରୁଛନ୍ତି। ବିଶ୍ୱବ୍ୟାପୀ କାମ କରୁଥିବା ବିକାଶଶୀଳ ଦେଶମାନଙ୍କର ସମସ୍ତ ଏଣ୍ଡୋସ୍କୋପିଷ୍ଟମାନଙ୍କ ନିମନ୍ତେ ଏକ ଏହା ଏକ ବର୍ଗର ବିଷୟ। ସେମାନେ କଠିନ ପରିଶ୍ରମରେ ବିଶ୍ୱାସ କରିବା ସହିତ ନିଜ କାର୍ଯ୍ୟ ପ୍ରତି ସମର୍ପିତ ମନୋଭାବ ରଖିବା ଉଚିତ୍। ଏହି ସମ୍ମାନ ସହିତ ମୁଁ ଏଣ୍ଡୋସ୍କୋପିର ମାନରେ ଉନ୍ନତି ଓ ପ୍ରସାର ପାଇଁ ନିଜକୁ ପୁନଃ ସମର୍ପିତ କରୁଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories