www.samajalive.in
Sunday, December 14, 2025
19.1 C
Bhubaneswar

ଆସନ୍ତାକାଲି ଠାରୁ କଟକ ସହରରୁ ହଟିବ ସଟ୍‌ଡାଉନ୍

କଟକ: କଟକରେ କରୋନା ସଂକ୍ରମଣ ରୋକିବା ପାଇଁ କରାଯାଇଥିବା ସଟ୍‌ଡାଉନ୍ ଆସନ୍ତାକାଲିଠୁ ହଟିବ। ଏନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ସିଏମସିର ସୂଚନା ଅନୁସାରେ ଆସନ୍ତାକାଲିଠୁ ସକାଳ ୫ଟାରୁ ସନ୍ଧ୍ୟା ୬ ଟା ଯାଏଁ ଦୋକାନବଜାର ଖୋଲା ରହିବ। ଦୋକାନିମାନେ କୋଭିଡ ଗାଇଡଲାଇନ ମାନି ସାମଗ୍ରୀ ବିକ୍ରି କରିବା ସହ କିପରି ଦୋକାନ ଆଗରେ ଭିଡ ନହୁଏ ସେଥିପ୍ରତି ଧ୍ୟାନ ଦେବେ। ଲୋକମାନେ ମଧ୍ୟ କେବଳ କୌଣସି କାମଥିଲେ ବାହାରକୁ ଆସନ୍ତୁ, ଅଯଥା ବୁଲାବୁଲି କରିବାକୁ ନ ଆସନ୍ତୁ ବୋଲି ସିଏମସି ପକ୍ଷରୁ କଟକବାସୀଙ୍କୁ ଅନୁରୋଧ କରାଯାଇଛି।


ଆସନ୍ତାକାଲିଠୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲିବା ସହ ସନ୍ଧ୍ୟା ୭ଟାରୁ ପରଦିନ ସକାଳ ୫ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ରହିବ। ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ଔଷଧ ଦୋକାନ ପାଇଁ କଟକଣା କୋହଳ କରାଯାଇଛି। ସେହିପରି ସରକାରୀ ଅଫିସ ଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଖୋଲି ପାରିବେ ଏବଂ କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ ବୋଲି ସିଏମସି ଅନୁମତି ଦେଇଛି। ଅନ୍ୟପଟେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି।

- Advertisement -


ସେହିପରି କଟକ ରାଣୀହାଟ ମାଳିସାହିରୁ କଣ୍ଟେନମେଣ୍ଟ ଜୋନ୍ ହଟାଇ ଦେଇଛି ସିଏମସି। ୧୩ କୋରୋନା ପଜିଟିଭ୍‌ ଚିହ୍ନଟ ପରେ ଜୁଲାଇ ୪ରୁ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିଲା ସିଏମସି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories