www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀଖଣ୍ଡ ମହାଦେବ ଯାତ୍ରାରେ ଅଘଟଣ; ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଶିମଳା : ଶ୍ରୀଖଣ୍ଡ ମହାଦେବ ଯାତ୍ରାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡିନାହିଁ । ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଭୀମବହୀ, ବୌନସରୋବର ଏବଂ କୁଶଂର ଅଲଗା ଅଲଗା ସ୍ଥାନରେ ସେମାନଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଦୁଇ ଜଣ ଦିଲ୍ଲୀ ଏବଂ ଅନ୍ୟ ଜଣେ ଶିମଳାର ବାସିନ୍ଦା ବୋଲି କୁହାଯାଉଛି ।

ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶ୍ରୀଖଣ୍ଡ ମହାଦେବ ଯାତ୍ରାର ଶେଷ ଦିନରେ ଶନିବାର ବିଳମ୍ବିତ ରାତି ପ୍ରାୟ ୧ଟା ୩୦ରେ ଏହି ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ମୃତଦେହକୁ ଜବତ କରି ବେସ୍ କ୍ୟାମ୍ପ ସିଂହଗାଡ଼ ଅଣାଯାଇଛି।

- Advertisement -

ଶ୍ରୀଖଣ୍ଡ ମହାଦେବଙ୍କ ଏହି ଐତିହାସିକ ଯାତ୍ରା ଜୁଲାଇ ୧୫ରେ ଆରମ୍ଭ ହୋଇଥିଲା। ଜୁଲାଇ ୨୫ରେ ଯାତ୍ରୀଙ୍କ ଶେଷ ପଞ୍ଚୀକରଣ କରାଯାଇଥିଲା। ଏହା ପରେ ଯାତ୍ରା ବନ୍ଦ କରି ଦିଆଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ଶ୍ରୀଖଣ୍ଡ ଯାତ୍ରା ବନ୍ଦ କରି ଦିଆଯାଇଥିଲା ତେବେ ଯାତ୍ରୀ କିପରି ଗଲେ ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories