www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ : ନିଲାମ ହେବ ଶାଢୀ

ମୁମ୍ବଇ : ବର୍ଷ ୨୦୧୮ରେ ମୃତ୍ୟୁବରଣ କରିଥିବା ଘରେ ଘରେ ପରିଚିତ ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ରବିବାର(୨୪ ଫେବୃଆରୀ) ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ସ୍ୱାମୀ ବୋନୀ କପୁର ଶ୍ରୀଦେବୀଙ୍କ ଶାଢୀଗୁଡ଼ିକୁ ନିଲାମ କରିବେ ଏବଂ ସେଥିରୁ ଯେଉଁ ଅର୍ଥ ମିଳିବ ତାକୁ ଏକ ଜନକଲ୍ୟାଣ ସଂସ୍ଥାକୁ ଦାନ କରାଯିବ ବୋଲି ବୋନୀ କହିଛନ୍ତି। ଯାହା ଗରିବ ମହିଳା ଓ ଶିଶୁମାନଙ୍କ କଲ୍ୟାଣରେ ନିୟୋଜିତ ହେବ। ସୂଚନା ଅନୁସାରେ, ଏହି ଶାଢୀଗୁଡ଼ିକ ପାରିସେରା ୱେବସାଇଟ୍‍ ରେ ୪୦,୦୦୦ ଟଙ୍କାରୁ ଆରମ୍ଭ କରି ୧,୩୦,୦୦୦ ଟଙ୍କା ମୂଲ୍ୟରେ ନିଲାମ ହେବ।

ଉଲ୍ଲେଖଯୋଗ୍ୟ, ବଲିଉଡ଼ରେ ଶ୍ରୀଦେବୀ ଏକ ବିଶେଷ ସ୍ଥାନ ଗ୍ରହଣ କରିଥିଲେ। ସେ କେବଳ ଜଣେ ଅଭିନେତ୍ରୀ ନଥିଲେ ବରଂ ଜଣେ ଦୟାଳୁ ମଣିଷ ମଧ୍ୟ ଥିଲେ। ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବଲିଉଡ଼ର ପ୍ରାୟ ସମସ୍ତ କଳାକାର ତାଙ୍କ ସହ ବିତାଇଥିବା ମୁହୂର୍ତ୍ତର ସ୍ମୃତିକୁ ତାଜା କରିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories