www.samajalive.in
Monday, December 15, 2025
26.1 C
Bhubaneswar

ପୁଣି ଶ୍ରୀମୟୀଙ୍କ ଭୈରବ ବାଣ

ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ କରି ବିବାଦ ଘେରକୁ ଆସିଥିବା ଶ୍ରୀମୟୀ ପୁଣି ତେରେଛା ବାଣ ଛାଡିଛନ୍ତି । ଏଥର ସେ ଅଧର୍ମ ଉପରେ ଧର୍ମର ଜୟ ହେବ, ଅସତ୍ୟ ଉପରେ ସତ୍ୟ ଓ ଅହଂକାର ଉପରେ ନ୍ୟାୟର ବିଜୟ ହେବ ବୋଲି କହିଛନ୍ତି । ବିଭିନ୍ନ ପୂଜା ପେଣ୍ଡାଲ୍‌ ବୁଲୁଥିବା ବେଳ ସେ ଏହି କଥା କହିଛନ୍ତି । କିଛିଦିନ ତଳେ ବିବାଦୀୟ ପୋଷ୍ଟ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।

ମାଆ ପାଳନ ସହ ସଂହାର କରିଥାଆନ୍ତି ବୋଲି ସେ କହିଛନ୍ତି ମାଆ ବୈଷ୍ଣବ ଦେବୀଙ୍କ ଆଖ୍ୟା କହିଛନ୍ତି । ମହାକାଳୀ, ସରସ୍ବତୀ ଓ ଲକ୍ଷ୍ମୀଙ୍କ ରୂପ ସହ ବୈଷ୍ଣ ଦେବୀ ଭୈରବଙ୍କ ମୁଣ୍ଡ ଛେଦନ କରିଥିବା କଥା କହିଛନ୍ତି । କିଛି ଲୋକ ମସ୍ତକ ପଡିଥିବା ସ୍ଥାନକୁ ଦର୍ଶନ କରୁଥିବା କଥା କହିଛନ୍ତି । ପୂଜାରେ ରାଜନୀତି ଚର୍ଚ୍ଚା କରିବାନି କହି ପୁଣି ତେରେଚ୍ଛା ବାଣ ମାରିଛନ୍ତି କି ଶ୍ରୀମୟୀ ।

- Advertisement -

ବିଭିନ୍ନ ପ୍ରସଙ୍ଗ ବିଶେଷ କରି ଦଳୀୟ ନେତୃତ୍ଵକୁ ନେଇ ବିଜୁ ଜନତା ଦଳ(ବିଜେଡି) ଭିତରେ କେଉଁଠି ନାଁ କେଉଁଠି ଅସନ୍ତୋଷ ରହିଛି। ସାମାଜିକ ଗଣମାଧ୍ୟମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ  ପୋଷ୍ଟକୁ ନେଇ   ଏଭଳି କିଛି ଚର୍ଚ୍ଚା ଜୋର ଧରିଥିଲା

ଶ୍ରୀମୟୀ ସାମାଜିକ ଗଣମାଧ୍ୟମ ଫେସବୁକ’ରେ ଏକ ପୋଷ୍ଟରେ ଲେଖିଥିଲେ, ଧୃତରାଷ୍ଟ୍ର ହସ୍ତିନାପୁରର ରାଜା ଭାବେ ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ। ଧୃତରାଷ୍ଟ୍ରଙ୍କର ତାଙ୍କ ପୁତ୍ରମାନଙ୍କ ପ୍ରତି, ବିଶେଷକରି ଦୁର୍ଯେ୍ୟାଧନଙ୍କ ପ୍ରତି ଅନ୍ଧ ପ୍ରୀତି ରହିଥିଲା, ଯାହା ତାଙ୍କୁ ସଭାରେ ନୀରବ ରହିବାକୁ ପ୍ରଭାବିତ କରିଥିଲା। ସେମିତି କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେନାହିଁ। କାରଣ ସେମାନଙ୍କ ଦୁଃଖଦ ପରିଣାମ ଆଣିଥାଏ।

 

ଶ୍ରୀମୟୀଙ୍କ ମତରେ ଏହି ଧୃତରାଷ୍ଟ୍ର ଜଣକ କିଏ ? ଶ୍ରୀମୟୀ ସିଧାସଳଖ କାହାର ନାଁ ନେଇ ନାହାନ୍ତି, କିନ୍ତୁ ଏହା ପରୋକ୍ଷରେ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଆକ୍ଷେପ ନୁହେଁ ତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।  ବିଜେଡିରୁ ନିଲମ୍ବନ ହେବା ପରେ   ଶ୍ରୀମୟୀ ମିଶ୍ର ସୋସିଆଲ୍‍ ମିଡିଆ ପୋଷ୍ଟରେ ଗଣତନ୍ତ୍ରର ଅପମାନ ବୋଲି ଲେଖିଥିଲେ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories