ଚେନ୍ନାଇ- ଚେନ୍ନାଇରେ ନିର୍ମାଣଧିନ ଥର୍ମାଲ ପାଓ୍ୱାର ଷ୍ଟେସନ୍ର ବିଶାଳକାୟ ଷ୍ଟିଲ୍ ଆର୍କ ଖସିପଡିବାରୁ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ ୩୦ ଫୁଟ୍ ଉଚ୍ଚରୁ ଏହି ଆର୍କ ଖସିପଡିଥିଲା । ତଳେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ଏହା ଖସିଥିଲା । କେଉଁ କାରଣରୁ ଏହା ଖସିଛି ତାହା ଜଣାପଡିନାହିଁ। ସ୍ଥାନୀୟ ପୁଲିସ ଏହାର ତଦନ୍ତ କରୁଛି ।
ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ।



