www.samajalive.in
Monday, December 8, 2025
27.1 C
Bhubaneswar

ମାଲାବାର ଗୋଲ୍ଡ ବିରୋଧରେ ଅପମାନଜନକ ପୋଷ୍ଟ ହଟାଇବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶ

ବମ୍ବେ, ୩୦ା୯: ବମ୍ବେ ହାଇକୋର୍ଟ ମାଲାବାର ଗୋଲ୍ଡ ଏଣ୍ଡ୍ ଡାଇମଣ୍ଡ୍ସ ଲିମିଟେଡକୁ ଅନ୍ତରୀଣ ଆଶ୍ବସ୍ତି ପ୍ରଦାନ କରି ସାମାଜିକ ଗଣମାଧ୍ୟମରୁ କମ୍ପାନୀ ବିରୋଧରେ ଅପମାନଜନକ ପୋଷ୍ଟ ହଟାଇବାକୁ ନିର୍ଦେଶ ଦେଇଛନ୍ତି। କମ୍ପାନୀ ପାକିସ୍ତାନୀ ଇନଷ୍ଟାଗ୍ରାମ୍ ଇନଫ୍ଲୁଏନ୍ସର ଅଲିଶବା ଖାଲିଦଙ୍କୁ ନିଜ ପ୍ରଚାର ପାଇଁ ନିୟୋଜିତ କରିବା ପରଠୁ ବିବାଦରେ ଫସିଥିଲା। ଫେସବୁକ, ଏକ୍ସ ଆଦି ସାମାଜିକ ଗଣମାଧ୍ୟମରେ କମ୍ପାନୀ ବିରୋଧରେ ପୋଷ୍ଟ ଭାଇରାଲ ହେଉଥିଲା। ତାକୁ ଦେଶଦ୍ରୋହୀ କହିବା ସହ ପାକିସ୍ତାନ ସହ ଲିଙ୍କ୍ ଥିବା ସାମାଜିକ ଗଣମାଧ୍ୟମରେ କୁହାଯାଉଥିଲା।

ଅଳଙ୍କାର କମ୍ପାନୀ ବ୍ରିଟେନରେ ଏକ ନୂଆ ଶୋ-ରୁମର ପ୍ରଚାର ପାଇଁ ପାକିସ୍ତାନୀ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସ ଅଲିଶବା ଖାଲିଦଙ୍କୁ କାମରେ ରଖିଥିଲା। ଖାଲିଦ ‘ଅପରେସନ ସିନ୍ଦୂର’ ସମୟରେ ଭାରତର ସର୍ଜିକାଲ୍ ଷ୍ଟ୍ରାଇକର ନିନ୍ଦା କରିଥିଲେ। ତେଣୁ ତାଙ୍କୁ ନିଜ ପ୍ରଚାର ପାଇଁ ରଖିବା ପରେ କମ୍ପାନୀ ବିରୋଧରେ ମାମଲା ହୋଇଥିଲା। ଅନ୍ୟପଟେ ମାଲାବାର ଗୋଲ୍ଡ ହାଇକୋର୍ଟଙ୍କୁ କହିଛି କି ଖାଲିଦ ସହିତ ତାଙ୍କର ଚୁକ୍ତି ବହୁତ ପୂର୍ବରୁ ହୋଇସାରିଥିଲା। ଖାଲିଦ ଇଂଲଣ୍ଡରେ ରୁହନ୍ତି। ପାକିସ୍ତାନ ସହ ତାଙ୍କର ସମ୍ପୃକ୍ତି ସମ୍ପର୍କରେ କମ୍ପାନୀ ଅବଗତ ନଥିବା ହାଇକୋର୍ଟଙ୍କୁ ଜଣାଇଛି।
କମ୍ପାନୀ ନିଜ ବିରୋଧରେ ଅପମାନଜନକ ୪୪୨ ୟୁଆରଏଲର ଏକ ତାଲିକା ହାଇକୋର୍ଟଙ୍କୁ ପ୍ରଦାନ କରିଛି। ଜଷ୍ଟିସ୍ ସନ୍ଦୀପ ମାର୍ନେଙ୍କ ବେଞ୍ଚ ଏଭଳି ପୋଷ୍ଟ ସାମାଜିକ ଗଣମାଧ୍ୟମରୁ ହଟାଇବାକୁ ନିର୍ଦେଶ ଦେଇଛନ୍ତି। ୧୧ ନଭେମ୍ବରରେ ଆଗାମୀ ଶୁଣାଣି ହେବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories