www.samajalive.in
Friday, December 5, 2025
20.1 C
Bhubaneswar

ମାଲାବାର ଗୋଲ୍ଡ ବିରୋଧରେ ଅପମାନଜନକ ପୋଷ୍ଟ ହଟାଇବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦେଶ

ବମ୍ବେ, ୩୦ା୯: ବମ୍ବେ ହାଇକୋର୍ଟ ମାଲାବାର ଗୋଲ୍ଡ ଏଣ୍ଡ୍ ଡାଇମଣ୍ଡ୍ସ ଲିମିଟେଡକୁ ଅନ୍ତରୀଣ ଆଶ୍ବସ୍ତି ପ୍ରଦାନ କରି ସାମାଜିକ ଗଣମାଧ୍ୟମରୁ କମ୍ପାନୀ ବିରୋଧରେ ଅପମାନଜନକ ପୋଷ୍ଟ ହଟାଇବାକୁ ନିର୍ଦେଶ ଦେଇଛନ୍ତି। କମ୍ପାନୀ ପାକିସ୍ତାନୀ ଇନଷ୍ଟାଗ୍ରାମ୍ ଇନଫ୍ଲୁଏନ୍ସର ଅଲିଶବା ଖାଲିଦଙ୍କୁ ନିଜ ପ୍ରଚାର ପାଇଁ ନିୟୋଜିତ କରିବା ପରଠୁ ବିବାଦରେ ଫସିଥିଲା। ଫେସବୁକ, ଏକ୍ସ ଆଦି ସାମାଜିକ ଗଣମାଧ୍ୟମରେ କମ୍ପାନୀ ବିରୋଧରେ ପୋଷ୍ଟ ଭାଇରାଲ ହେଉଥିଲା। ତାକୁ ଦେଶଦ୍ରୋହୀ କହିବା ସହ ପାକିସ୍ତାନ ସହ ଲିଙ୍କ୍ ଥିବା ସାମାଜିକ ଗଣମାଧ୍ୟମରେ କୁହାଯାଉଥିଲା।

ଅଳଙ୍କାର କମ୍ପାନୀ ବ୍ରିଟେନରେ ଏକ ନୂଆ ଶୋ-ରୁମର ପ୍ରଚାର ପାଇଁ ପାକିସ୍ତାନୀ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସ ଅଲିଶବା ଖାଲିଦଙ୍କୁ କାମରେ ରଖିଥିଲା। ଖାଲିଦ ‘ଅପରେସନ ସିନ୍ଦୂର’ ସମୟରେ ଭାରତର ସର୍ଜିକାଲ୍ ଷ୍ଟ୍ରାଇକର ନିନ୍ଦା କରିଥିଲେ। ତେଣୁ ତାଙ୍କୁ ନିଜ ପ୍ରଚାର ପାଇଁ ରଖିବା ପରେ କମ୍ପାନୀ ବିରୋଧରେ ମାମଲା ହୋଇଥିଲା। ଅନ୍ୟପଟେ ମାଲାବାର ଗୋଲ୍ଡ ହାଇକୋର୍ଟଙ୍କୁ କହିଛି କି ଖାଲିଦ ସହିତ ତାଙ୍କର ଚୁକ୍ତି ବହୁତ ପୂର୍ବରୁ ହୋଇସାରିଥିଲା। ଖାଲିଦ ଇଂଲଣ୍ଡରେ ରୁହନ୍ତି। ପାକିସ୍ତାନ ସହ ତାଙ୍କର ସମ୍ପୃକ୍ତି ସମ୍ପର୍କରେ କମ୍ପାନୀ ଅବଗତ ନଥିବା ହାଇକୋର୍ଟଙ୍କୁ ଜଣାଇଛି।
କମ୍ପାନୀ ନିଜ ବିରୋଧରେ ଅପମାନଜନକ ୪୪୨ ୟୁଆରଏଲର ଏକ ତାଲିକା ହାଇକୋର୍ଟଙ୍କୁ ପ୍ରଦାନ କରିଛି। ଜଷ୍ଟିସ୍ ସନ୍ଦୀପ ମାର୍ନେଙ୍କ ବେଞ୍ଚ ଏଭଳି ପୋଷ୍ଟ ସାମାଜିକ ଗଣମାଧ୍ୟମରୁ ହଟାଇବାକୁ ନିର୍ଦେଶ ଦେଇଛନ୍ତି। ୧୧ ନଭେମ୍ବରରେ ଆଗାମୀ ଶୁଣାଣି ହେବ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories