ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ। ନବରାତ୍ରିର ପ୍ରଥମ ଦିନରେ ମନ୍ଦିର ନିର୍ମାଣ ନିମନ୍ତେ ଖମ୍ବ ତିଆରି ଆରମ୍ଭ ହେବ ବୋଲି ରବିବାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ମନ୍ଦିର ନିର୍ମାଣ ନିମନ୍ତେ ମନ୍ଦିର ଟ୍ରଷ୍ଟକୁ ୧୦୦ କୋଟି ଟଙ୍କାର ଅନୁଦାନ ମିଳିଛି। ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ନରେନ୍ଦ୍ର ମୋଦୀଙ୍କ ସରକାର ଆୟକର ଆଇନ ଧାରା ୮୦ଜି ଅଧୀନରେ ରଖିଛନ୍ତି। ଏହି ଆଇନ ଅନୁଯାୟୀ ଟ୍ରଷ୍ଟକୁ ମିଳୁଥିବା ଦାନ ଅର୍ଥ ଆୟକର ଛାଡ ହେବ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମର ତତ୍ତ୍ବାବଧାନ ନିମନ୍ତେ ଟ୍ରଷ୍ଟ ଗଠନ କରାଯାଇଛି। ନିତ୍ୟ ଗୋପାଳ ଦାସ ଟ୍ରଷ୍ଟର ଅଧ୍ୟକ୍ଷ ରହିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ ମିଶ୍ର ମନ୍ଦିର ନିର୍ମାଣ କମିଟିର ମୁଖ୍ୟ ରହିଛନ୍ତି।
ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲାଣି ୧୦୦କୋଟି ଦାନ : ଅକ୍ଟୋବର ୧୭ରୁ ନିର୍ମାଣ କାମ ଆରମ୍ଭ
Popular Categories



