ବାସୁଦେବପୁରରେ ଶ୍ରୀଜଗନ୍ନାଥ ମହୋତ୍ସବ ଉଦ୍‌ଘାଟନ କଲେ ରାଜ୍ୟପାଳ

ବାସୁଦେବପୁର: ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ଉପାସନାର ପଦ୍ଧତି, ନୀତିକାନ୍ତି, ସମଗ୍ର ମାନବ ସମାଜରେ ଭ୍ରାତୃତ୍ୱ ଭାବ, ଶାନ୍ତି, ମୈତ୍ରୀ, ସଦ୍‍ଭାବନା, ସମଗ୍ର ବିଶ୍ୱରେ ବୈଚିତ୍ର୍ୟମୟ ଭାବନା ସୃଷ୍ଟି କରିଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗୁରୁତ୍ୱାରୋପ କରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଏଡତାଳସ୍ଥିତ ପାବନ କ୍ଷେତ୍ରରେ ଶ୍ରୀଜଗନ୍ନାଥ ମହୋତ୍ସବ ଓ ସଂକୀର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଶ୍ରୀଜଗନ୍ନାଥ ମହୋତ୍ସବ, ପଞ୍ଚ ମହାଯଜ୍ଞ, ନାମ ସଂକୀର୍ତ୍ତନ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ମହିମା ଆଧ୍ୟାତ୍ମିକ ମାର୍ଗରେ ଶାନ୍ତି ପ୍ରଦାନ କରିଥାଏ। ଏହାକୁ ସମସ୍ତେ ଅନୁକରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ଆଧ୍ୟାତ୍ମିକ ସଂକଳନକୁ ରାଜ୍ୟପାଳ ଉନ୍ମୋଚନ କରିବା ସହ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମହୋତ୍ସବର ସଭାପତି ପଣ୍ଡିତ ଦୟାନିଧି ଦାଶ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ।

kalyan agarbati

Comments are closed.