nua o banner

ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍, ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ

BJD Bijuli 480×75 Mob

ଭୁବନେଶ୍ବର : ପୁଅ ପାଇଁ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଅଡୁଆ ବଢିବାରେ ଲାଗିଛି । ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲା ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି । ସେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ଲାଗିଛି ।  ବିଜେଡି ପ୍ରାର୍ଥୀ ତଥା ସାନ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିଥିବା ଅଭିଯୋଗରେ ନୋଟିସ୍ ପଠାଇଛି କମିଟି । ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି ଜବାବ ଦେବାକୁ ସୁରଙ୍କୁ ନିର୍ଦ୍ଦେଶ ରହିଛି । ୨୪ ଘଣ୍ଟା ଭିତରେ ଏହାର ଉତ୍ତର ଦେବାକୁ ନୋଟିସରେ କମିଟି ନିର୍ଦ୍ଦେଶ ଦେଇଛି ।

କହିରଖୁଛୁ କିଛିଦିନ ପୂର୍ବରୁ ସୁରଙ୍କ ସାନପୁଅ ମନ୍ମଥ ବିଜେଡିରେ ଯୋଗ ଦେଇଥିଲେ। ଏନେଇ ସୁର ପିସିସି ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଯେଉଁଥିରେ ସେ କହିଥିଲେ, ‘ପୁଅ ମନ୍ମଥ ବିଜେଡିରେ ଯୋଗ ଦେଇଥିବାରୁ ମୋତେ ଏହା ଆଘାତ ଦେଇଛି। ତେଣୁ ମୁଁ ଦଳର ସମସ୍ତ ପଦରୁ ଇସ୍ତଫା ପ୍ରଦାନ କରୁଛି। କିନ୍ତୁ କଂଗ୍ରେସରେ ରହିବା ସହ ମୋର ସମସ୍ତ ଭୋଟ କଂଗ୍ରେସକୁ ହିଁ ଦେବି’। କିନ୍ତୁ ମଙ୍ଗଳବାର ସୁର ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗିବା ସହ ବିଜେଡି ପାଇଁ ପ୍ରଚାର କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେବେଠୁ ତାଙ୍କ ଅଡୁଆ ବଢିବାରେ ଲାଗିଛି ।

Comments are closed.