www.samajalive.in
Saturday, December 6, 2025
15.1 C
Bhubaneswar

ଋଷର ସ୍କୁଲରେ ଗୁଳିକାଣ୍ଡ: ୯ ମୃତ, ୨୦ ଆହତ

ମସ୍କୋ: କେନ୍ଦ୍ରୀୟ ଋଷ ସ୍ଥିତ ଇଜେଭସ୍କରେ ଏକ ବିଦ୍ୟାଳୟରେ ଗୁଳି ଚାଳନା ହୋଇଥିବା ଖବର ସାମ୍ନାକୁ ଆସିଛି। ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏହି ଖବର ଚାଞ୍ଚଲ୍ୟ ସୃଷ୍ଟି କିରଛି। ଋଷର ଅଫିସିଆଲ ନ୍ୟୁଜ୍‌ ଏଜେନ୍ସି ଟାସ୍‌(TASS) ଏହି ସୂଚନା ଦେଇଛି। ଇଜେଭସ୍କର ୮୮ ନମ୍ବର ସ୍କୁଲରେ ଗୁଳି ଚାଳନା ହୋଇଛି। ଏଥିରେ ପ୍ରାୟ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ କାହିଁକି ଗୁଳି ଚଳାଇଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।


ଟାସ୍‌ର ସୂଚନା ଅନୁସାରେ, ସୋମବାର ଋଷର ଇଜେଭସ୍କ ସ୍ଥିତ ଏକ ସ୍କୁଲରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲା। ଟେଲିଗ୍ରାମ ମେସେଞ୍ଜର ଆପରେ ଦେଇଥିବା ବୟାନରେ ଅଞ୍ଚଳର ଗଭର୍ଣ୍ଣର ଆଲେକ୍ସଜାଣ୍ଡାର୍ ବ୍ରେଚଲୋଭ୍‌ କହିଛନ୍ତି ଯେ, ବିଦ୍ୟାଳୟରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରିଛନ୍ତି। ମୃତକଙ୍କ ମଧ୍ୟରେ ପିଲାମାନେ ବି ଅଛନ୍ତି। ଆକ୍ରମଣକାରୀ ନିଜେ ମଧ୍ୟ ନିଜକୁ ଗୁଳି କରିଥିବା ଗଭର୍ଣ୍ଣର କହିଛନ୍ତି। ରୁଷର ଅନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ, ଅତିକମରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories