www.samajalive.in
Saturday, December 6, 2025
23.1 C
Bhubaneswar

ଜ୍ୟାକଲିନ୍ ଆଶ୍ବସ୍ତ

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଠକେଇ ମାମଲାରେ ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍‌ଙ୍କୁ ମିଳିଛି ଆଶ୍ବସ୍ତି। ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୫୦ହଜାର ଟଙ୍କାର ବଣ୍ଡରେ ଜ୍ୟାକଲିନଙ୍କ ଜାମିନ ମଞ୍ଜୁର କରିଛନ୍ତି।

ଅଭିନେତ୍ରୀଙ୍କୁ ଜାମିନ ପ୍ରଦାନ କରି ଜାମିନ ଆବେଦନ ଉପରେ କୋର୍ଟ ଇଡି ପକ୍ଷରୁ ଜବାବ ମାଗିଛନ୍ତି। ଇଡି ଏହାର ଜବାବ ଦାଖଲ କରିବା ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ଜାମିନ ଆବେଦନ କୋର୍ଟରେ ବିଚାରାଧୀନ ରହିବ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ପିଙ୍କି ଇରାନୀ ମଧ୍ୟ ଆଜି କୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ରେ ହେବ।

- Advertisement -

ସୂଚନାଯୋଗ୍ୟ, ଠକ ସୁକେଶ ସହ ସମ୍ପର୍କକୁ ନେଇ ଆଜି ହାଜର ହେବାକୁ କୋର୍ଟ ଜ୍ୟାକଲିନଙ୍କୁ ସମନ ଜାରି କରିଥିଲେ। ଅପରପ​‌କ୍ଷେ,​‌ ଗିରଫଦାରୀ ଏଡ଼ାଇବାକୁ ଜ୍ୟାକଲିନଙ୍କ ଓକିଲ ଆଗୁଆ ଜାମିନ ଆବେଦନ କରିଥିଲେ।

ନିକଟରେ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଅଭିନେତ୍ରୀଙ୍କୁ ୧୫ ଘଣ୍ଟା ଧରି ପଚରାଉଚରା କରିଥିଲା। ଇଡି ପଚରାଉଚରା ପରେ ସୁକେଶ ଏବଂ ଜ୍ୟାକଲିନଙ୍କର ଘନିଷ୍ଠ ସମ୍ପର୍କ ଥିବା ପ୍ରମାଣିତ ହୋଇଥିଲା। ଅଗଷ୍ଟ ୧୭ରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା। ଇଡିର ଚାର୍ଜସିଟରେ ଦାବି କରାଯାଇଛି ଯେ, ସୁକେଶ ଯେଉଁ ଟଙ୍କା ଠକେଇ କରିଛି ତା’ର ଜ୍ୟାକଲିନ୍ ମଧ୍ୟ ଲାଭ ପାଇଛନ୍ତି। ଏହାପରେ ପଟିଆଲା କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ ​​ଏବଂ ଜ୍ୟାକଲିନଙ୍କୁ କୋର୍ଟରେ ହାଜର ହେବାକୁ ସମନ କରାଯାଇଥିଲା।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories