www.samajalive.in
Saturday, December 6, 2025
14.1 C
Bhubaneswar

ୟୁରିଆ ସାରର ଅଭାବ, ଦୁଇଗୁଣରୁ ଅଧିକ ଦାମରେ କିଣୁଛନ୍ତି ଚାଷୀ 

ବେଗୁନିଆ: ବେଗୁନିଆ ବ୍ଲକରେ କମ ବୃଷ୍ଟିପାତ ଯୋଗୁଁ ଚାଷୀ ମରୁଡ଼ିର ସମ୍ମୁଖୀନ ହୋଇଥିବାବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଚାଷ କାର୍ୟ୍ୟ ସୁଧୁରିବାରେ ଲାଗିଛି । ମୌସୁମୀ ଆସିବା ପରେ ସ୍ୱାଭାବିକ ବର୍ଷା ହେବ ବୋଲି ଚାଷୀ ଚାଷ କାର୍ୟ୍ୟ ଆରମ୍ଭ କରିଥିଲା । କିନ୍ତୁ ଜୁନ ଓ ଜୁଲାଇ ମାସରେ ନିଅଣ୍ଟିଆବର୍ଷା ଚାଷୀଙ୍କ ଆଖିରୁ ନିଦ ହଜାଇ ଦେଇଥିଲା । ଚାଷ କାର୍ୟ୍ୟ ଆରମ୍ଭରୁ ନିଅଣ୍ଟିଆ ବର୍ଷା ପାଇଁ ଚାଷୀ ନାନା ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଚାଷୀ ଚାଷ କାର୍ୟ୍ୟରେ ଲାଗି ପଡିଥିବାବେଳେ ୟୁରିଆ ସାରର କୃତ୍ରିମ ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି । ବେଗୁନିଆ ବ୍ଲକରେ ୩୦ଟି ସାର ଦୋକାନ ଖୋଲାଯାଇଥିବାବେଳେ ୧୨ଟି ସୋସାଇଟିରେ ସାର ବିକ୍ରି ହେଉଛି । କିନ୍ତୁ ଚାଷୀ ଦୁଇଗୁଣରୁ ଅଧିକ ଦାମ ଦେଇ ୟୁରିଆ ସାର କିଣୁଛି । ୟୁରିଆ ସାର ବସ୍ତା ୨୬୬ ଟଙ୍କା ୫୦ପଇସା ସରକାରୀ ମୂଲ୍ୟ ଥିବାବେଳେ ଦୋକାନୀମାନେ ୫୮୦ ଟଙ୍କାରେ ବିକ୍ରି କରୁଛନ୍ତି । ଏପରିକି ଚାଷୀମାନଙ୍କ ଆଧାର କାର୍ଡ ଲିଙ୍କ କଲେ ମଧ୍ୟ ୫୮୦ଟଙ୍କା ରଖାଯାଉଛି । ଚାଷୀମାନେ ଗୋଟେ ବସ୍ତା ୟୁରିଆ କିଣି ଆଣୁଥିବାବେଳେ ସେମାନଙ୍କ ନିକଟକୁ ଦୁଇ ତିନି ବସ୍ତା ୟୁରିଆ କିଣିଥିବାର ମେସେଜ ଆସୁଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ଚାଷୀମାନଙ୍କୁ ଶୋଷଣ କରୁଥିବା ସାର ଦୋକାନୀମାନଙ୍କ ପ୍ରତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories