www.samajalive.in
Saturday, December 6, 2025
23.1 C
Bhubaneswar

କିଷାନ ମହାପଞ୍ଚାୟତକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା- ସହରକୁ ଛାରଖାର କରିସାରିଛ

ନୂଆଦିଲ୍ଲୀ: ସ୍ଥାନୀୟ ଜନ୍ତର ମନ୍ତର ଠାରେ ସତ୍ୟାଗ୍ରହ କରିବା ପାଇଁ ଅନୁମତି ଲୋଡି ସୁପ୍ରିମକୋର୍ଟରେ କରାଯାଇଥିବା ଏକ ଆବେଦନ ଉପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କିଷାନ ମହାପଞ୍ଚାୟତ ଉପରେ କ୍ଷୁବ୍ଧ ହୋଇଛନ୍ତି । କିଷାନ ମହାପଞ୍ଚାୟତକୁ ଭର୍ତ୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣମାନେ ତ ସହରକୁ ଛାରଖାର କରିସାରିଛନ୍ତି । ସତ୍ୟାଗ୍ରହ କରିବାକୁ ଆପଣମାନଙ୍କର ହୁଏତ ଅଧିକ ଥାଇପାରେ, କିନ୍ତୁ ନାଗରିକମାନଙ୍କର ମଧ୍ୟ ଅଧିକାର ରହିଛି । ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ ଏମ ଖାନୱିଲକର କିଷାନ ମହାପଞ୍ଚାୟତକୁ ପ୍ରଶ୍ନ କରିଥିଲେ ଯେ ସେମାନେ କାହିଁକି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସେମାନେ ଏଥିପାଇଁ ହାଇକୋର୍ଟରେ ଆବେଦନ କରିପାରିବେ ।
ଶୁଣାଣି ସମୟରେ ଏକାଧିକ ମନ୍ତବ୍ୟ ରଖି ଜଷ୍ଟିସ ଖାନୱିଲକର ଆଉ ମଧ୍ୟ କହିଥିଲେ ଯେ କୃଷକମାନେ ସମୁଦାୟ ସହରକୁ ଛାରଖାର କରିଦେଇଛନ୍ତି ଏବଂ ଏବେ ସହର ମଧ୍ୟକୁ ପ୍ରବେଶ କରି ବିରୋଧ କରିବାକୁ ଚାହୁଁଛନ୍ତି । ସେମାନେ ସବୁକିଛିରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି, ଏପରିକି ଜନସାଧାରଣଙ୍କ ସୁରକ୍ଷା ପ୍ରତି ଆଞ୍ଚ ଆଣୁଛନ୍ତି । ସୂଚନାଯୋଗ୍ୟ ଯେ ଏହି ଯାଚିକା ଦାଏର କରି କୃଷକମାନେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଆବଶ୍ୟକ ନିଦେର୍ଶ ଦେବାକୁ ନିବେଦନ କରିଥିଲେ, ଯଦ୍ୱାରା ସେମାନଙ୍କୁ ଯନ୍ତର ମନ୍ତର ଠାରେ ବିକ୍ଷୋଭ କରିବାକୁ ଅନୁମତି ମିଳିପାରିବ । ପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ଏଥିପାଇଁ ଅନୁମତି ମିଳିଥିଲା । କୃଷକଙ୍କ ପକ୍ଷରୁ ଦିଲ୍ଲୀ ସାମାନ୍ତକୁ ଦୀର୍ଘକାଳ ଅବରୋଧ କରାଯିବା ଏବଂ ସିଏଏକୁ ବିରୋଧ କରି ଦିଲ୍ଲୀ ସାହିନବାଗରେ ଅନୁରୂପ ବିକ୍ଷୋଭ ପ୍ରଦର୍ଶନ କରାଯିବା ଘଟଣାରେ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ସର୍ବସାଧାରଣ ସ୍ଥଳଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅବରୋଧ କରାଯାଇପାରିବ ନାହିଁ ଏବଂ ଅସନ୍ତୋଷ ଜାହିର କରୁଥିବା ବିକ୍ଷୋଭଗୁଡିକ କେବଳ ନିର୍ଦ୍ଧାରିତ ସ୍ଥଳରେ କରାଯିବା ଆବଶ୍ୟକ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories