ସ୍ୱଳ୍ପକାଳୀନ ଲାଭର ଲୋଭ ଆର୍ଥିକ ନିରାପତ୍ତା ପ୍ରତି ବିପଦ

ଡେସ୍କ: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ରାଜେଶ୍ୱର ରାଓ ଅସୁରକ୍ଷିତ ଋଣ କ୍ଷେତ୍ରରେ ଅତ୍ୟଧିକ ଉଧାର ଏବଂ ଡେରିଭେଟିଭ୍ କ୍ୟାପିଟାଲ ବଜାରରେ ଉତ୍ସାହକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଆଜି ମୁମ୍ବାଇରେ ମାଇକ୍ରୋ ଇକୋନୋମିକ୍ସ, ବ୍ୟାଙ୍କିଂ ଏବଂ ଫାଇନାନ୍ସ ଉପରେ ଦ୍ୱିତୀୟ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ରାଓ ଏହା କହିଛନ୍ତି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ-କୋଝିକୋଡ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରିଥିଲେ। ଶ୍ରୀ ରାଓ କହିଛନ୍ତି ଯେ ସ୍ୱଳ୍ପକାଳୀନ ଲାଭର ଲୋଭ ବ୍ୟକ୍ତିର ଦୀର୍ଘମିଆଦୀ ଆର୍ଥିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିପାରେ। ରିଜର୍ଭ ବ୍ୟାଙ୍କ ସହ ଅନ୍ୟ ଆର୍ଥିକ କ୍ଷେତ୍ରର ନିୟାମକମାନେ ଗ୍ରାହକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେଉଥିବା ବେଳେ ଆର୍ଥିକ କ୍ଷେତ୍ରର ସଂସ୍ଥାଗୁଡ଼ିକ ମଧ୍ୟ ଏହାର କିଛି ଦାୟିତ୍ୱ ନେବାର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଛନ୍ତି। ଶ୍ରୀ ରାଓ କହିଛନ୍ତି ଯେ, ଗ୍ରାହକମାନେ ଯେପରି ନିବେଶ ସହିତ ଜଡ଼ିତ ବିପଦକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବେ ତାହା ସୁନିଶ୍ଚିତ କରିବା ଆର୍ଥିକ ସଂସ୍ଥାଗୁଡ଼ିକର କର୍ତ୍ତବ୍ୟ।
Comments are closed.