www.samajalive.in
Saturday, December 6, 2025
16.1 C
Bhubaneswar

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଅକାଳ ବିୟୋଗରେ ଜିଲା ସାମ୍ବାଦିକ ସଂଘର ଶୋକସଭା

ବୌଦ୍ଧ : ରାଜ୍ୟର ବରିଷ୍ଠ ସାମ୍ବାଦିକ ଜୀମୂତ ବାହନ ମଙ୍ଗରାଜ ଗତକାଲି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ରାଜ୍ୟ ତମାମ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି। ବୌଦ୍ଧ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକସଭା ସଭାପତି ରତ୍ନାକର ବେହେରାଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ସ୍ୱର୍ଗତ ମଙ୍ଗରାଜଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ, ଶଶାଙ୍କ ଶେଖର ମିଶ୍ର ଓ ସମ୍ପାଦିକା ପ୍ରଣତୀ ପଣ୍ଡା ସ୍ୱର୍ଗତ ମଙ୍ଗରାଜଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସାମ୍ବାଦିକ ପ୍ରମୋଦ କୁମାର ବାଘ, କୃଷ୍ଣଗୋପାଳ ମେହେର, ଅଜିତ କୁମାର ବାରିକ, ବନମାଳୀ ପ୍ରଧାନ, ଧବଳେଶ୍ୱର ମହାପାତ୍ର, ରବିନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories