www.samajalive.in
Saturday, December 6, 2025
26.1 C
Bhubaneswar

ଚାଷୀଙ୍କ କ୍ଷତିପୂରଣ ଦାବି ନେଇ କୋଶଳ ସେନା ପକ୍ଷରୁ ଜାତୀୟ ରାଜପଥ ଅବରୋଧ

ରେଙ୍ଗାଲି କ୍ୟାମ୍ପ : ଆଜି ୫୩ ନମ୍ୱର ଜାତୀୟ ରାଜପଥ ଗୋଦଭାଗା ଠାରେ କୋଶଳ ସେନା ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ର ସମାଧାନ ତଥା କ୍ଷତି ପୁରଣ ପାଇଁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।ଚାଷୀ ଆଜି ସର୍ବସ୍ବାନ୍ତ ହେବା ପରେ, ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ତ ହେବା ପରେ ମଧ୍ୟ ରାଜ୍ୟ ସରକାର କୃଷକ ମାନଙ୍କୁ ଅଣଦେଖା କରିଛନ୍ତି।ପ୍ରକାଶ ଥାଉକି ଗତ ଜୁନ ୭ ତାରିଖରେ ବରଗଡ଼ ଜିଲାପାଳଙ୍କୁ ଚାଷୀଙ୍କ କ୍ଷତି ପୁରାଣ ପାଇଁ ଲିଖିତ ଭାବରେ ଅଭିଯୋଗ କରାଯାଇଥିଲା ଓ ୮ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଭାବରେ ଅବଗତ କରାଯାଇଥିଲା କୋଶଳ ସେନା ପକ୍ଷରୁ। ବରପାଲି ବ୍ଲକ ବାରଗୁଡ଼ା ରେ ଚାଷୀ ଆତ୍ମହତ୍ୟା ଘଟଣା ପରେ ପୁଣି ୨୩ ତାରିଖରେ ବରଗଡ଼ ଜିଲ୍ଲାପାଳଙ୍କୁ ଏହାର ତୁରନ୍ତ ସମାଧାନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାପାଇଁ ଦାବି କରାଯାଇଥିଲା।ଯଦି ଏହା ଉପରେ କୌଣସି ପଦକ୍ଷେପ ନିଆ ନଯାଏ ତାହେଲେ କୋଶଳ ସେନା ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।ହେଲେ ଆଜି ଯାଏ ଚାଷୀଙ୍କ ପାଇଁ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି ।

- Advertisement -

ତେଣୁ ବାଧ୍ୟ ହୋଇ ଆଜି କୋଶଳ ସେନା ଚାଷୀଙ୍କ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇଛି। ଅଞ୍ଚଳରେ ହେଉଥିବା ଚାଷୀ ଆତ୍ମହତ୍ୟାକୁ ସରକାର ସ୍ବୀକାର କରୁ,ଯେଉଁ ଧାନ ସବୁ ବାତ୍ୟା ରେ ପଚି ସଢ଼ି ରାସ୍ତା ଓ ବିଲରେ ନଷ୍ଟ ହୋଇ ଯାଇଥିବା ଚାଷୀଙ୍କୁ ସତ ପ୍ରତିଶତ କ୍ଷତିପୂରଣ ମିଳୁ ଏବଂ ଟୋକନ ବ୍ୟବସ୍ଥା ନାମରେ ଚାଷୀଙ୍କ ତଣ୍ଟି କାଟୁଥିବା ଯୋଜନା କୁ ସମ୍ପୂର୍ଣ୍ଣ ବନ୍ଦ କରି ଚାଷୀ ଋଣ ଛାଡ କରିବା ଆଦି ଦାବି ସମୂହ ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରାଜି ରାଜପଥ ବନ୍ଦ ରହିବ ବୋଲି କୋଶଳ ସେନା ରଣହୁଙ୍କାର ଦେଇଛି। ଆଜି ସକାଳ ୬ ଟାରୁ ଜାତୀୟ ରାଜପଥ ଅବରୋଧ କରାଯାଇ ଲୋକଙ୍କ ଗମନା ଗମନ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଥିଲା। କୋଶଳ ସେନାର ସଭାପତି ସୁଶାନ୍ତ ମିଶ୍ର,ସମ୍ପାଦକ ବିରବଲ୍ ମହାକୁର,ଅବିନାଶ ବିଶି, ସୌମ୍ୟକାନ୍ତ ଦାଶ,ଗୌରବ ପତି, ଅର୍ପଣ ନାଏକ, ତପନ ନାଏକ, ବାସୁଦେବ କମ୍ପ,ଶ୍ରୀକାନ୍ତ ପ୍ରଧାନ, ପ୍ରୀୟମୋହନ ମହାକୁର, କୃତାର୍ଥ ପ୍ରଧାନ, ଦେବେନ୍ଦ୍ର ବେହେରା, ତଥା ଏମାନଙ୍କୁ ସମର୍ଥନ ଜଣାଇଥିଲେ ପୂର୍ବତନ ବିଧାୟକ ନିହାର ମହାନନ୍ଦ,ଜିତୁ ଭୋଇ,ଦୀପକ ରାୟ,ଅତାବିରା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ର କର୍ମକର୍ତ୍ତା । ଦୀର୍ଘ ୧୨ଘଣ୍ଟା ରାସ୍ତାରୋକ ପରେ ବରଗଡ଼ ଉପଜିଲ୍ଲାପାଳ ପ୍ରଭାତ ଦନସନା,ଅତାବିରା ତହସିଲଦାର ଦୁର୍ୟ୍ୟୋଧନ ଭୋଇ, ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ କେ ମିଶ୍ର , ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା, ଗୋଡ଼ଭଗା ଫାଣ୍ଡି ଅଧିକାରୀ ବାଲୁଙ୍କେଶ୍ୱର ନାଏକ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଟୋକନ ଅବଧି ବୃଦ୍ଧି କରିବା ପାଇଁ ଉପରିସ୍ଥ ପ୍ରଶାସନ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ହେଲେ ଆନ୍ଦୋଳନକାରୀ ମାନେ ନିଜର ଦାବି ପୁରଣ ନ ହେବା ଯାଏଁ ରାସ୍ତାରୁ ଓହରିବେ ନାହିଁ ବୋଲି ନିଜ ଜିଦ୍ ରେ ଅଟଳ ରହିଥିଲେ।କିନ୍ତୁ ଆଇନ ଅମାନ୍ୟ କରି ଜାତୀୟ ରାଜପଥ କୁ ଅବରୋଧ କରିଥିବା ନେଇ ପ୍ରଶାସନ ଅଧିକାରୀ ମାନେ ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ ଗିରଫ କରିନେଇଥିବା ଜଣାପଡିଛି।ଏହାପରେ ସେମାନେ ଆନ୍ଦୋଳନରୁ ଓହରିଯାଇଥିଲେ। ଏହାପରେ ରାସ୍ତାରେ ଗମନା ଗମନ ସ୍ଥିତି ସ୍ଵାଭାବିକ ହୋଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories