www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱର୍ଗତଃ ଅଶୋକ ସାହୁଙ୍କ ବିୟୋଗରେ ବିଜେପିର ଶୋକସଭା

ଫୁଲବାଣୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଓଡିଶା ପ୍ରଦେଶ ବିଜେପିର ପୂର୍ବତନ ଉପସଭାପତି ଓ କନ୍ଧମାଳ ଲୋକସଭାର ପୂର୍ବତନ ସାଂସଦ ପ୍ରାର୍ଥୀ ସ୍ୱର୍ଗତଃ ଅଶୋକ ସାହୁଙ୍କର ଆଜି ପରଲୋକ ଘଟିଥିବା ବେଳେ ଏହାକୁ ନେଇ ସମଗ୍ର ଜିଲାରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତଃ ସାହୁଙ୍କ ପାଇଁ ସମଗ୍ର ଜିଲାରେ ବିଜେପି ପକ୍ଷରୁ ଶୋକସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ବାଲିଗୁଡା ଠାରେ କନ୍ଧମାଳ ବିଜେପି କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ସ୍ୱର୍ଗତଃ ଅଶୋକ ସାହୁୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଦେବା ସହିତ ଜୀବନି ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତିଙ୍କ ସମେତ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଂଜିତ କୁମାର ସାହୁ, ସାଧାରଣ ସମ୍ପାଦକ ଅଭୟ ପାତ୍ର, ମଣ୍ଡଳ ସଭାପତି ଦିବାକର ସାହୁ, ସାଧାରଣ ସମ୍ପାଦକ ଆଦିକନ୍ଧ ପଟ୍ଟନାୟକ, ରମାନନ୍ଦ ଘଡାଇ, ନଗର ଯୁବ ମୋର୍ଚ୍ଚା ସଭାପତି ସୁଭାସିଶ ମିଶ୍ର, ବରିଷ୍ଠ କର୍ମି ବିପ୍ର ଚରଣ ପ୍ରଧାନ, ସୁରେନ୍ଦ୍ର ପାତ୍ର, ମନୋଜ କୁମାର ରଥଙ୍କ ସମେତ ନଗରରର ବହୁ ବିଜେପି କର୍ମକର୍ତ୍ତା ଏକତ୍ରିତ ଥିଲେ। କୋଭିଡ ନିୟମକୁ ପାଳନ କରି ଏହି କାର୍ଯ୍ୟକ୍ରମ କରିଥିଲେ। ସେହିଭଳି ଫୁଲବାଣୀ ଠାରେ ମଧ୍ୟ ବିଜେପି କର୍ମକର୍ତ୍ତାମାନଙ୍କ ପକ୍ଷରୁ ଶୋକସଭା ପାଳନ ହୋଇଯାଇଛି। ଏଥିରେ ପୂର୍ବତନ ଜିଲା ସଭାପତି ଲିଙ୍ଗରାଜ ଦଳବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଦେବନାରାୟଣ ପ୍ରଧାନ, ଅଜିତ୍‍ ପଟନାୟକ ଓ ଅନ୍ୟମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories