www.samajalive.in
Saturday, December 6, 2025
26.1 C
Bhubaneswar

ବଡ଼ସାହି: ୫୦୦ ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା  

ବଡ଼ସାହି : ଗୁରୁବାର ବଡ଼ସାହି ବ୍ଲକରୁ ପୁଣି ୨୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଅଦ୍ୟାବଧି ମୟୂରଭଞ୍ଜ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ତାଲିକାରେ ସର୍ବାଗ୍ରେ ଥିବା ବଡ଼ସାହି ବ୍ଲକର ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଞ୍ଚଶହ ଅତିକ୍ରମ କରି ୫୦୭ରେ ପହଞ୍ଚିଛି। ଆଜିର ୨୦ଜଣ ସଂକ୍ରମିତଙ୍କ ମଧ୍ୟରୁ ବଡ଼ସାହି ପଞ୍ଚାୟତରେ ସର୍ବାଧିକ ୬ଜଣ ଥିବା ବେଳେ ଦୁର୍ଗାପୁରରୁ ୩ଜଣ ରହିଛନ୍ତି।

ସେହିପରି ବୀରେଶ୍ୱରପୁର, କୋଚିଳାଖୁଣ୍ଟା, ବଳଭଦ୍ରପୁର ଓ ଯଦୁନାଥପୁରରୁ ୨ଜଣ ଲେଖାଏଁ ଥିବା ବେଳେ ଗୁଡ଼ିଆଲବନ୍ଧ, ପ୍ରତାପପୁର ଓ ଯୋଗୀନୂଆଗାଁ ପଞ୍ଚାୟତରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଫଳରେ ପଞ୍ଚାୟତକ୍ରମରେ ଚିହ୍ନଟ ସଂଖ୍ୟା ଭିତ୍ତିରେ ଗୁରୁବାର ପର୍ଯ୍ୟନ୍ତ ବଡ଼ସାହିରୁ ସର୍ବାଧିକ ୭୮ଜଣ ଚିହ୍ନଟ ହୋଇଥିବା ବେଳେ ମାଣତ୍ରୀରୁ ୪୬, ମାନଗୋବିନ୍ଦପୁରରୁ ୪୫, ସାନକେରକୋରୁ ୩୭, କେନ୍ଦୁଡ଼ିହାରୁ ୨୬, ଚନ୍ଦନପୁରରୁ ୨୪, ତାଳପଦାରୁ ୧୮, ଦୁର୍ଗାପୁରରୁ ୧୭, ଭୀମିଦା, ଖାନୁଆ ଓ ଦେଉଳିଆରୁ ୧୬ଜଣ ଲେଖାଏଁ, ପଟିସାରୀରୁ ୧୪, କୋଚିଳାଖୁଣ୍ଟାରୁ ୧୩, ମାଧପୁର, ପୂର୍ଣ୍ଣଚନ୍ଦ୍ରପୁର, ଶାଳଗାଁ ଓ ସୁହାଗପୁରରୁ ୧୨ଜଣ ଲେଖାଏଁ, ବଳଭଦ୍ରପୁରରୁ ୧୧, ଯୋଗୀନୂଆଗାଁ, ଛେଳିଆ(କ) ଓ ଜାରକାଣୀରୁ ୧୦ଜଣ ଲେଖାଏଁ,  ପ୍ରତାପପୁର ଓ ନାଉପାଳରୁ ୯ଜଣ ଲେଖାଏଁ, ଗୁଡ଼ିଆଲବନ୍ଧରୁ ୮, ପାଉଁଶିଆରୁ ୭, ବୀରେଶ୍ୱରପୁରରୁ ୬, ଯଦୁନାଥପୁରରୁ ୩, ଶିଆଳିଘାଟୀ ଓ ଟଙ୍ଗାଶୋଳରୁ ୨ଜଣ ଲେଖାଏଁ, ଏବଂ ଉଠାଣୀନୂଆଗାଁ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ରହିଛନ୍ତି। କୋଚିଳାଖୁଣ୍ଟା ଗ୍ରାମରୁ ଲଗାତର ୨ଦିନରେ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ଜଣେ ପଞ୍ଚାୟତର କର୍ମଚାରୀ ଥିବାରୁ ସରପଞ୍ଚ ନରେନ୍ଦ୍ର ସିଂ, ବିଡ଼ିଓ କରୁଣାକର ଧିନ୍ଦାଙ୍କ ପରାମର୍ଶ ଅନୁଯାୟୀ ପଞ୍ଚାୟତର କୋଚିଳାଖୁଣ୍ଟା ଗ୍ରାମ(୫,୬ ଓ ୭ନଂ ୱାର୍ଡ଼)କୁ ଶୁକ୍ରବାର ସନ୍ଧ୍ୟାରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ୭୨ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ସଂକ୍ରମଣ ରୋକିବା ପାଇଁ ଏହି ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ। ସ୍ଥିତି ଅଧିକ ନବିଗିଡ଼ିଲେ ସୋମବାର ଠାରୁ ସ୍ୱାଭାବିକ କାର୍ଯ୍ୟ କରିବ ବୋଲି ସରପଞ୍ଚ ଜଣାଇଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories