www.samajalive.in
Sunday, December 7, 2025
26.1 C
Bhubaneswar

ଭାରତୀୟ ଟିମକୁ ସୋଏବଙ୍କ ଆକୁଳ ନିବେଦନ: ‘ଆମେ ଭଲ ଲୋକ, ଆମ ଦେଶକୁ ଖେଳିବାକୁ ଆସ’

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୨୦୨୫ରେ ପାକିସ୍ତାନରେ ଆୟୋଜିତ ହେବ ଆଇସିସି ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ। ହେଲେ ଏଥିରେ ଅଂଶଗ୍ରହଣ କରିବାକୁ ଭାରତ ଯଦିଓ ମନା କରିନାହିଁ, ତେବେ ପାକିସ୍ତାନରେ ଭାରତୀୟ ଟିମ ଖେଳିବ ନାହିଁ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି। ଫଳରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁର୍ନାମେଣ୍ଟକୁ ଦୁବାଇରେ ଆୟୋଜନ କରିବାକୁ ଚିନ୍ତା କରୁଛି। ଏପରି ସ୍ଥିତିରେ ପାକ୍‌ କ୍ରିକେଟପ୍ରେମୀ ନିରାଶ ହୋଇପଡ଼ିଛନ୍ତି। ୧୯୯୬ ପରଠାରୁ ପ୍ରଥମ ଥର ଲାଗି ଆଇସିସି ପକ୍ଷରୁ କୌଣସି ଟୁର୍ନାମେଣ୍ଟ ପାକିସ୍ତାନରେ ଆୟୋଜନ ହେବାକୁ ଯାଉଥିବାବେଳେ ଭାରତୀୟ ଟିମ ପାଇଁ ପାକ୍‌ କ୍ରିକେଟପ୍ରେମୀଙ୍କ ଆଶା ମଉଳିବାକୁ ବସିଛି। ତେଣୁ ଭାରତୀୟ ଟିମକୁ ପାକିସ୍ତାନ ଆସିବାକୁ ନିବେଦନ କରୁଛନ୍ତି କ୍ରିକେଟପ୍ରେମୀ। କେବଳ କ୍ରିକେଟପ୍ରେମୀ ନୁହନ୍ତି, ପାକ୍‌ ଟିମ୍‌ର ପୂର୍ବତନ ଖେଳାଳି ବି ଭାରତକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି।

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲ୍ଲିକ ଭାରତକୁ ଅନୁରୋଧ କରି କହିଛନ୍ତି, ଆମେ ବହୁତ ଭଲ ଲୋକ। ଦୟାକରି ଆମ ଦେଶକୁ ଖେଳିବାକୁ ଆସନ୍ତୁ। ଆମେ ଆତିଥ୍ୟତାରେ କୌଣସି ହେଳା କରିବୁ ନାହିଁ। ସେ ଆହୁରି କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ରାଜନୈତିକ ବିବାଦ ପୃଥକ ଭାବେ ସମାଧାନ ହେବା ଉଚିତ। କ୍ରୀଡ଼ାକୁ ଏଭଳି ପ୍ରସଙ୍ଗରୁ ବାଦ୍ ଦେବା ଦରକାର। ପାକିସ୍ତାନ ୨୦୨୩ରେ ଦିନିକିଆ ବିଶ୍ଵକପ ​ଖେଳିବାକୁ ଭାରତ ଗସ୍ତ କରିଥିଲା। ବର୍ତ୍ତମାନ ଭାରତ ବି ପାକିସ୍ତାନ ଖେଳିବାକୁ ଆସିବା ଉଚିତ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories