www.samajalive.in
Friday, December 5, 2025
23.1 C
Bhubaneswar

ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ସୁଧାର, ନଚେତ୍‌ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ

କଲକାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି। କ୍ଷମତାସୀନ ତୃଣମୂଳ କଂଗ୍ରେସ ସମର୍ଥକମାନେ ଏହି ଆକ୍ରମଣ କରିଥିବାବେଳେ ବିଜେପି ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଆନନ୍ଦ ବୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟିଆ ମହଲତ ଦେଇଛନ୍ତି।

ଯଦି ଏହି ସମୟ ମଧ୍ୟରେ ଆଇନ ଶୃଙ୍ଖଳାକୁ ସୁଧାରିବାରେ ରାଜ୍ୟ ସରକାର ବିଫଳ ହୁଅନ୍ତି, ତେବେ ସାମ୍ବିଧାନିକ କାର୍ଯ୍ୟାନୁ​‌ଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ଗୁରୁତର ଆହତ ହୋଇଥିବା ମୁର୍ମୁ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଉଭୟ ମମତା ଓ ଆନନ୍ଦ ବୋଷ ତାଙ୍କୁ ପୃଥକ ଭାବେ ଭେଟିଛନ୍ତି। ରାଜ୍ୟପାଳ ଇତିମଧ୍ୟରେ ଜଳପାଇଗୁଡି ଘଟଣା ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲିଖିତଭାବେ ଅବଗତ କରିସାରିଛନ୍ତି। ଯଦି ରାଜ୍ୟପାଳଙ୍କ ସୁପାରିସକୁ ରାଷ୍ଟ୍ରପତି ଗ୍ରହଣ କରନ୍ତି, ତେବେ ସମ୍ବିଧାନର ଧାରା ୩୫୬ ଅନୁଯାୟୀ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନିଶ୍ଚିତ ଜଣାପଡୁଛି। ଇତିମଧ୍ୟରେ ଏହି ଆକ୍ରମଣ ଘଟଣାରେ ପୁଲିସ ବୁଧବାର ଦୁଇଜଣଙ୍କୁ ଗିରଫ କରିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories