www.samajalive.in
Saturday, December 6, 2025
26.1 C
Bhubaneswar

ବାବର ବି ନେପାଳୀ ଥିଲେ ବୋଲି ଦାବି କରିପାରନ୍ତି ଓଲି: ଶିବସେନା

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ପ୍ରକୃତ ଅଯୋଧ୍ୟା ଭାରତରେ ନାହିଁ, ନେପାଳରେ ବୋଲି କହିବା ପରେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲିଙ୍କୁ ଭାରତରେ କଡ଼ା ବିରୋଧ କରାଯାଉଛି। ଭାରତର ହିନ୍ଦୁ ସଂଗଠନଗୁଡ଼ିକ ଓଲିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଶିବସେନା ଓଲିଙ୍କୁ ହିନ୍ଦୁ ଦ୍ରୋହୀ ବୋଲି କହିଛି। ଏପରି କି ମୋଗଲ ସମ୍ରାଟ ବାବର ଜଣେ ନେପାଳୀ ଥିଲେ ବୋଲି ଓଲି ଦାବି କରିପାରନ୍ତି ବୋଲି ଶିବ ସେନା ଏହାର ସମ୍ପାଦକୀୟ ‘ସାମନା’ରେ ଉଲ୍ଲେଖ କରିଛି।

ଶିବସେନା ସମ୍ପାଦକୀୟରେ ଲେଖିଛି ଯେ, ଭଗବାନ ଶ୍ରୀରାମ ସମଗ୍ର ବିଶ୍ଵର, କିନ୍ତୁ ଅଯୋଧ୍ୟା, ଯେଉଁଠି ଭଗବାନ ଜନ୍ମଲାଭ କରିଥିଲେ ତାହା କେବଳ ଭାରତର। ଓଲିଙ୍କୁ ଚୀନର ହାତବାରିଶି ଦର୍ଶାଇ ଶିବସେନା କହିଛି, ନେପାଳ ଚୀନର ନିକଟତର ହେବା ପରେ ଭାରତ ସହିତ ଏହାର ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଭୁଲି ଯାଇଛି। ଓଲି ନେପାଳକୁ ଏବଂ ହିନ୍ଦୁ ସଂସ୍କୃତିକୁ ଚୀନ ସାମ୍ନାରେ ଆତ୍ମସମର୍ପଣ କରାଇଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories