www.samajalive.in
Friday, December 12, 2025
14.1 C
Bhubaneswar

ବର୍ଦ୍ଧିତ ପେଟ୍ରୋଲ ମୂଲ୍ୟ ପ୍ରତିବାଦରେ ଶିବସେନାର ହୁଙ୍କାର:ମୁମ୍ବଇରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତିବାଦରେ ସମଗ୍ର ଦେଶରେ ପ୍ରମୁଖ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଉଦ୍ୟମ ଜାରି ରଖିଛନ୍ତି। ରବିବାର ମଧ୍ୟ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ବଳବତ୍ତର ରହିଛି। ପେଟ୍ରୋଲ ମୂଲ୍ୟ ଏବେ ୯୦ଟଙ୍କା ଲିଟର ପିଛା ପହଞ୍ôଚ ଯାଇଛି।
ମୁମ୍ବଇ ଶିବସେନା ମଧ୍ୟ ବର୍ଦ୍ଧିତ ପେଟ୍ରୋଲ ମୂଲ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାର ରଣନୀତି ଆରମ୍ଭ କରିଛି। ମୁମ୍ବଇ ସ୍ଥିତ ଶିବସେନା କାର୍ଯ୍ୟାଳୟ ସମ୍ମୁଖରେ ତୈଳ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ପୋଷ୍ଟର ଲଗା ଯାଇଥିବା ଦୃଶ୍ୟମାନ ହୋଇଛି। ପୋଷ୍ଟରରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ୨୦୧୫ରୁ ୨୦୧୮ ମଧ୍ୟରେ ବଢିଥିବା ମୂଲ୍ୟର ଅନୁପାତକୁ ଦର୍ଶାଯାଇଛି। ଏହାକୁ “ଆଚ୍ଛା ଦିନ’ବୋଲି ଶିବସେନା କେନ୍ଦ୍ର ସରକାର ବ୍ୟଙ୍ଗକ୍ତି କରିଛି।
କଂଗ୍ରେସ ମଧ୍ୟ ଶନିବାର ଡଲାର ଅନୁପାତରେ ଟଙ୍କାର ମୂଲ୍ୟ ହ୍ରାସ, ରାଫେଲ ଡିଲ ଓ ବର୍ଦ୍ଧିତ ତେଲ ମୂଲ୍ୟକୁ ନେଇ ବିଜେପିକୁ ଟାର୍ଗେଟ କରିଛି।
ଏଠାରେ ସୂଚନା ଯୋଗ୍ୟ ଗତ ସପ୍ତାହରେ ପେଟ୍ରୋଲ ମୂଲ୍ୟରେ ୩ଟଙ୍କା ବୃଦ୍ଧି ଘଟିଥିବାବେଳେ ଡିଜେଲ ୪ଟଙ୍କା ବୃଦ୍ଧି ଘଟିଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories