www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ ଶ୍ରାବଣ ଶନିବାର ପାଇଁ କିଛି ସ୍ୱତନ୍ତ୍ର ଉପାୟ

ଶ୍ରାବଣ ମାସରେ ଶିବଙ୍କୁ ଉପାସନା କରି ଗ୍ରହନକ୍ଷତ୍ରକୁ ସହଜରେ ଶାନ୍ତ କରା ଯାଇପାରିବ । ରାଶିରେ ଥିବା ଗ୍ରହ ସମସ୍ୟାକୁ ଦୂର କରିବା ପାଇଁ ଏହି ମାସରେ ଶିବଙ୍କୁ ପୂଜା କରନ୍ତୁ ।

ସୂର୍ୟ୍ୟ ଦେବତାଙ୍କୁ କିପରି ଶାନ୍ତ କରିବେ
ପ୍ରତି ରବିବାର ସକାଳୁ ସ୍ନାନ ସାରି ଜଳରେ ଗୁଡ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହା ସହ ମନ୍ଦାର ଫୁଲ ମଧ୍ୟ ଅର୍ପଣ କରିପାରିବେ ।

- Advertisement -

ଚନ୍ଦ୍ରଙ୍କୁ କିପରି ଶାନ୍ତ କରିବେ
ଚନ୍ଦ୍ରଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ପଞ୍ଚାମୃତ ଅର୍ପଣ କରିବା ପରେ ଧଳା ରଙ୍ଗର କୌଣସି ଫୁଲ ଅର୍ପଣ କରନ୍ତୁ । ଶ୍ରାବଣ ମାସର ଯେକୌଣସି ଦିନରେ ଆପଣ ଏହି ଉପାୟ କରି ପାରିବେ ।

ମଙ୍ଗଳଙ୍କୁ କିପରି କରିବେ ଶାନ୍ତ
ମଙ୍ଗଳ ଗ୍ରହଙ୍କୁ ଶାନ୍ତ କରିବା ପାଇଁ ଜଳରେ ମହୁ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ଏବଂ କର୍ପୁର ଆଳତି କରନ୍ତୁ । ଶ୍ରାବଣ ମାସରଯେକୌଣସି ମଙ୍ଗଳବାର ଏପରି କରିପାରିବେ ।
ବୁଧଙ୍କୁ କିପରି କରିବେ ଶାନ୍ତ
ଶ୍ରାବଣ ମାସରେ ବୁଧଙ୍କୁ ଶାନ୍ତ କରିବା ପାଇଁ ଶିବଲିଙ୍ଗ ଉପରେ ବେଲ ପତ୍ର ଅର୍ପଣ କରନ୍ତୁ । ଏହା ସହ ସୁଗନ୍ଧିତ ଜଳ ଅର୍ପଣ କରି ପାରିବେ । ଶ୍ରାବଣ ମାସ ବୁଧବାର ଦିନ ଏପରି କଲେ ଲାଲଦାୟକ ହୋଇଥାଏ ।

ବୃହଷ୍ପତିଙ୍କୁ କିପରି ଶାନ୍ତ କରିବ
ବୃହଷ୍ପତିଙ୍କୁ ଶାନ୍ତ କରିବା ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ଏବଂ ଶିବଲିଙ୍ଗ ଥିବା ବେଦି ଉପରେ ହଳଦୀ ଲଗାନ୍ତୁ । ଶ୍ରାବଣ ମାସର ପ୍ରତି ଗୁରୁବାର ଏପରି କରନ୍ତୁ ।

ଶୁକ୍ର ଦେବତାଙ୍କୁ କିପରି କରିବେ ଶାନ୍ତ
ଶୁକ୍ରଙ୍କୁ ଶାନ୍ତ କରିବା ପାଇଁ ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ କ୍ଷୀର ଓ ଜଳ ଅର୍ପଣ କରନ୍ତୁ । ଧଳା ରଙ୍ଗର ସୁଗନ୍ଧିତ ଫୁଲ ଅର୍ପଣ କରନ୍ତୁ। ପ୍ରତି ଶୁକ୍ରବାର ଏପରି କରନ୍ତୁ, ଶୁକ୍ର ଦୋଷ ଦୂର ହେବ ।

ଶନିଦେବଙ୍କୁ କିପରି ଶାନ୍ତ କରିବେ
ଶନିଦେବଙ୍କୁ ଖୁସି କରିବା ପାଇଁ ଶିବଲିଙ୍ଗ ଉପରେ ଆଖୁ ରସ ଅର୍ପଣ କରିବା ସହ ନୀଳ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଶ୍ରାବଣ ମାସର ପ୍ରତି ଶନିବାର ଶିବ ମନ୍ଦିରରେ ଘିଅ ଦୀପ ଜଳାନ୍ତୁ । ଏପରି କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ।

ରାହୁ-କେତୁ କିପରି ଶାନ୍ତ ହେବ
ରାହୁ ଓ କେତୁଙ୍କୁ ଶାନ୍ତ କରିବା ପାଇଁ ଶ୍ରାବଣ ମାସର ଯେକୌଣସି ଦିନରେ ଶିବଲିଙ୍ଗ ଉପରେ ଜଳ ସହ ଭାଙ୍ଗ ମିଶାଇ ଅର୍ପଣ କରନ୍ତୁ । ବୁଧବାର ଦିନ ଶିବ ମନ୍ଦିରରେ ପତକା ଅର୍ପଣ କଲେ ରାହୁ-କେତୁ ଶାନ୍ତ ହୋଇଥାନ୍ତି ।
ଶନିବାର ଦିନ ସନ୍ଧ୍ୟା ସମୟରେ ହନୁମାନଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ।
ଏହାପରେ ପ୍ରଭୁଙ୍କ ନିକଟରେ ହନୁମାନ ଚାଳିଶା ପାଠ କରନ୍ତୁ।
ଏହି ଦୁଇଟି ଉପାୟକୁ ଶ୍ରାବଣ ମାସର ଦ୍ୱିତୀୟ ଶନିବାର ଠାରୁ ଆରମ୍ଭ କରି ମୋଟ ୮ଟି ଶନିବାର କରନ୍ତୁ।
ସନ୍ତାନ ଜନିତ ସମସ୍ୟା ଦୂର ପାଇଁ –
ଶ୍ରାବଣ ମାସର ଶନିବାର ଦିନ ବରଗଛ ଲଗାନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ସନ୍ତାନ ଜନିତ ସମସ୍ୟା ଦୂର ହୋଇଥାଏ।
ଶ୍ରାବଣ ମାସରେ ପୂଜା ଉପାସନା କରିବା ଦ୍ୱାରା ଏହାର। ଶୁଭଫଳ ନିଶ୍ଚିତ ରୂପେ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ମାସଟି ପ୍ରଭୁ ମହାଦେବଙ୍କ ପ୍ରିୟ ମାସ ଅଟେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories