www.samajalive.in
Sunday, December 14, 2025
16.1 C
Bhubaneswar

ଶିଶୁ ମଙ୍ଗଳ କମିଟିର ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ମେଳା

ପାଟଣା : ଜିଲ୍ଲା ଶିଶୁ ମଙ୍ଗଳ କମିଟି, କେନ୍ଦୁଝର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଂଯୋଜନାରେ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ପରାମର୍ଶ ଅନୁଯାୟୀ ଜିଲ୍ଲାର ସମସ୍ତ ବ୍ଲକ ରେ କୋର୍ଟ କ୍ୟାମ୍ପ୍ କରି, ପିତା ମାତା ବିହୀନ ବା ଜଣେ କେବଳ ମା କିମ୍ବା ବାପା ଥିବା ଶିଶୁ , ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କୁ ଉପସ୍ଥାପିତ କରିବା ଓ ସେମାନଙ୍କୁ ଉପଯୁକ୍ତ ଯତ୍ନ ଏବଂ ସୁରକ୍ଷା ନିମନ୍ତେ କିଶୋର ନ୍ୟାୟ ଆଇନ୍ ୨୦୧୫ ଓ ମିଶନ ବାତ୍ସଲ୍ୟ ଅନୁଯାୟୀ ବ୍ୟବସ୍ଥା କରାଯିବ। କରୋନା ମହାମାରୀରେ ଯେଉଁ ଶିଶୁମାନେ ବାପା ମା କିମ୍ବା ବାପା-ମା କୌଣସି ଜଣଙ୍କୁ ହରାଇଛନ୍ତି, ସେଇ ଶିଶୁଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପାଉଥିବା ଶିଶୁ ମାନଙ୍କର ବିକାଶର ଅଗ୍ରଗତି ଯାଞ୍ଚ ଓ ଆଗାମୀ ଯୋଜନା କଣ ହେବା ବା ସେମାନେ ଆତ୍ମ ନିର୍ଭଶୀଳ ପାଇଁ ଦକ୍ଷତା ବିକାଶ ତାଲିମ୍, ବିଜୁ ଶିଶୁ ସୁରକ୍ଷା ଯୋଜନା, ଗ୍ରୀନ ପାସଜେ ଇତ୍ୟାଦି ବିଷୟରେ ଆଲୋଚନା ଓ ଅନୁଧ୍ୟାନ ନିମନ୍ତେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କେନ୍ଦୁଝରଙ୍କ ସଂଯୋଜନାରେ ଶିଶୁ ମଙ୍ଗଳ କମିଟି ହରିଚନ୍ଦନପୁରରେ ୪୪ ଜଣ ଶିଶୁ ଆଶୀର୍ବାଦ ଯୋଜନାରେ ଏବଂ ୬୭ ଜଣ ଯତ୍ନ ଓ ସୁରକ୍ଷା ଆବଶ୍ୟକ ଶିଶୁ ଉପସ୍ଥାପିତ ହୋଇଛନ୍ତି । ସେହିପରି ଘଟଗାଁ ବ୍ଲକରେ ଆଶୀର୍ବାଦ ଯୋଜନା ରେ ୪୫ ଓ ଯତ୍ନ ସୁରକ୍ଷା ଆବଶ୍ୟକ ଶିଶୁ ୫୨ ଜଣ ଉପସ୍ଥାପିତ ହୋଇଛନ୍ତି । ହରିଚନ୍ଦନପୁର ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଦୁଭୂଷଣ ଜେନା କାର୍ଯକ୍ରମ ଉଦଘାଟନ କରିଥିଲେ। କୃଷ୍ଣଚନ୍ଦ୍ର ବାରିକ୍, ସୋନାଲି ଦାସ ଶିଶୁ ମଙ୍ଗଳ କମିଟି ସଦସ୍ୟ ଙ୍କ ପାଖରେ ଉପସ୍ଥାପିତ ହୋଇଥିଲେ। ଘଟଗାଁ ରେ ରାଜଶ୍ରୀ ଉପାଧ୍ୟାୟ , ସଦସ୍ୟ ଶିଶୁ ମଙ୍ଗଳ କମିଟି ଙ୍କ ପାଖରେ ଶିଶୁମାନେ ଉପସ୍ଥାପିତ ହୋଇଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସୌମ୍ୟରଞ୍ଜନ ଦାଶ ଓ ଝରଣା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାମାଜିକ କର୍ମୀ ଶିବନାଥ ପ୍ରଧାନ କାର୍ଯ୍ୟକ୍ରମ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡିପିଓ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବୈଠକ ଅନୁଷ୍ଠିତ ହୋଇଛି । ଏହିପରି କାର୍ଯକ୍ରମକୁ ସର୍ବସାଧାରଣ ରେ ଓ ବୁଦ୍ଧିଜୀବି ମାନେ ସାଧୁବାଦ ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories