www.samajalive.in
Sunday, December 14, 2025
23.1 C
Bhubaneswar

ଦୀର୍ଘବର୍ଷ ଧରି କନିଷ୍ଠ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପଡିଛି ତାଲା

ଗୁରୁଡିଝାଟିଆ : ରାଜ୍ୟ ବିକାଶରେ କୃଷିର ଭୂମିକା ଗୁରୁତ୍ୱପୂର୍ଣ୍ଣ । କୃଷି ଓ କୃଷକ ହସିଲେ ରାଜ୍ୟ ପ୍ରଗତି ପଥରେ ଆଗେଇଯିବ। ଏହି ଆଭିମୁଖ୍ୟ ରଖି ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବ୍ୟାପକ ଯୋଜନା ପ୍ରଣୟନ କରିଛନ୍ତି । ଏପରିକି ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରୁଛନ୍ତି । ପଦସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତରରେ କ୍ଷେତ୍ରକର୍ମଚାରୀ ମଧ୍ୟ ନିଯୁକ୍ତି ପାଇଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ବସବାସ କରି ଚାଷ କରୁଥିବା କୃଷକ, କୃଷି ଅଧିକାରୀ ଓ କର୍ମଚାରୀଙ୍କ ଠାରୁ କିଭଳି ସୁବିଧା ପାଉଛି କି ନାହିଁ ତାହା ଅନୁଶୀଳନ ଓ ଅନୁଧ୍ୟାନ ସଠିକ୍ ଢଙ୍ଗରେ ହେଉନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଗୁରୁଡିଝାଟିଆ ଅଞ୍ଚଳରେ ଦେଖିବାକୁ ମିଳେ। ଗୁରୁଡିଝାଟିଆ ଅଞ୍ଚଳ ପୂର୍ବ ଆଠଗଡ ଭାବେ ପରିଚିତ। ଏହି ଅଞ୍ଚଳର କୁମାରପୁର ,ଗୋବରା ଛଅଗାଁ, ଓରନ୍ଦା, ଗୁରୁଡିଝାଟିଆ, କୁଷ୍ପଙ୍ଗି, ରାଧାକିଶୋରପୁର, ଖୁଣ୍ଟୁଣୀ, କଣ୍ଡରେଇ, ରାଧାକୃଷ୍ଣପୁର ପଞ୍ଚାୟତର କୃଷକମାନେ ଉନ୍ନତ ଧରଣର ଧାନ ଉତ୍ପାଦନ କରି ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ସବୁ ପଞ୍ଚାୟତ ସମୂହ ସହିତ ମଞ୍ଚେଶ୍ୱର, ଧୁରୁଷିଆ, ଅନନ୍ତପୁର, ଘଣ୍ଟିଖାଲ ଓ ଡାଳଭାଗ ପଞ୍ଚାୟତ ସମୂହ ଗୁରୁଡିଝାଟିଆ କନିଷ୍ଠ କୃଷିଅଧିକାରୀଙ୍କ ଅଧିନରେ ରହିଛି। କୃଷକମାନେ କୃଷି ସମ୍ବନ୍ଧୀୟ ଉନ୍ନତ ଜ୍ଞାନକୌଶଳ ଓ ବିହନ ସହିତ ବୈଷୟିକ ଜ୍ଞାନକୌଶଳରେ ଉତ୍ପାଦନ କରିପାରିବେ ସେ ସଂପର୍କରେ କନିଷ୍ଠ ଅଧିକାରୀ ଗୁରୁଡିଝାଟଆ କାର୍ଯ୍ୟାଳୟକୁ ଯାଇ ପରାମର୍ଶ ଗ୍ରହଣ କରୁଥିଲେ। ହେଲେ ଗତ ୫ବର୍ଷରୁ ଅଧିକ ସମୟ ଧରି କନିଷ୍ଠ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପଡିଛି ତାଲା। କୌଣସି କନିଷ୍ଠ କୃଷି ଅଧିକାରୀ ଏଠାକୁ ଆସୁନାହାନ୍ତି । ଆଠଗଡରେ ବସି ଏକ ପ୍ରକାର କାଗଜପତ୍ରରେ କୃଷିର ଉନ୍ନତି କରୁଥିବା କୃଷକମାନେ ଅଭିଯୋଗ କରିଛନ୍ତି । କନିଷ୍ଠ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ଏହା ସରୀସୃପଙ୍କ ପେଣ୍ଠସ୍ଥଳ ପାଲଟିଛି ଓ କେତେକ ଲୋକ କାର୍ଯ୍ୟାଳୟର ଜମିକୁ ଜବରଦଖଲ କଲେଣି । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଗୁରୁଡିଝାଟିଆ ଅଞ୍ଚଳର କୃଷକମାନେ ଦିନକୁ ଦିନ କୃଷି ପରାମର୍ଶ ଓ  ନୂତନ କୃଷି ସମ୍ବନ୍ଧୀୟ ଜ୍ଞାନ କୌଶଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଖୋଦ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଚିତ୍ର ଅଞ୍ଚଳର କୃଷକଙ୍କୁ ବ୍ୟଥିତ କରିଛି । କୃଷକମାନେ ଏଥିପ୍ରତି କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ନିବେଦନ କରିଛନ୍ତି।

ଏ ସଂପର୍କରେ  ଜିଲ୍ଲାକୃଷିଅଧିକାରୀ ସୁଦାମ ଚରଣ ନାୟକ କହିଛନ୍ତି, ଅପ ଗ୍ରେଡସେନ ପରେ ଗୁରୁଡିଝାଟିଆ କନିଷ୍ଠ କୃଷି କାର୍ଯ୍ୟାଳୟଟି ଉଠିଯାଇଛି । ଆଠଗଡ ବ୍ଲକ କୃଷି କାର୍ଯ୍ୟାଳୟରେ ୨ଜଣ ସହକାରୀ କୃଷି ଅଧିକାରୀ କାର୍ଯ୍ୟକରୁଛନ୍ତି । ସେମାନେ ବିଭିନ୍ନ ଅଞ୍ଚଳ ବୁଲି କୃଷି ଓ କୃଷକର ଉନ୍ନତି ପାଇଁ କାମ କରୁଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories