www.samajalive.in
Saturday, December 13, 2025
27.1 C
Bhubaneswar

ସଚିନଙ୍କୁ ‘ଜାତୀୟ ପ୍ରତୀକ’ ମାନ୍ୟତା ପ୍ରଦାନ କଲା ଇସିଆଇ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ଭାରତୀୟ ନିର୍ବାଚିନ କମିଶନ୍ (ଇସିଆଇ) ଏକ ବଡ଼ ମାନ୍ୟତା ପ୍ରଦାନ କରିଛି । ସଚିନଙ୍କୁ ଇସିଆଇ ନ୍ୟାସନାଲ ଆଇକନ୍‌ ବା ଜାତୀୟ ପ୍ରତୀକ ଭାବେ ଘୋଷଣା କରିଛି । ବୁଧବାର ନୂଆଦିଲ୍ଲୀର ରଙ୍ଗ ଭବନ ପ୍ରେକ୍ଷାଳୟରେ ଆୟୋଜିତ ବିଶେଷ ଉତ୍ସବରେ ସଚିନଙ୍କୁ ଇସିଆଇ ନ୍ୟାସନାଲ ଆଇକନ୍‌ ଭାବେ ଘୋଷଣା କରିଛି । କ୍ରିକେଟ୍‌ରେ ସଚିନଙ୍କ ଉଲ୍ଲେଖନୀୟ କୃତିତ୍ବ, ତାଙ୍କ ମହାନତା ଏବଂ ସାରାବିଶ୍ବରେ ତାଙ୍କ ଲୋକପ୍ରିୟତା ଯୋଗୁଁ ଇସିଆଇ ସଚିନଙ୍କୁ ସମ୍ମାନିତ କରିଛି । ଭାରତରତ୍ନ ପରେ ସଚିନଙ୍କ ପାଇଁ ଏହା ହେଉଛି ୨ୟ ସର୍ବବୃହତ୍‌ ସମ୍ମାନ।
ଦୀର୍ଘ ୨୪ ବର୍ଷର କ୍ରିକେଟ୍‌ ଜୀବନରେ ସଚିନ ତେନ୍ଦୁଲକର ବିଶ୍ବ କୀର୍ତ୍ତିମାନ ୨୦୦ ଟେଷ୍ଟମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ପୁଣି ଟେଷ୍ଟମ୍ୟାଚ୍‌ରେ ସଚିନ ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ ସହ ୫୩.୭୮ ଆଭ୍‌ରେଜ୍‌ରେ ୧୫,୯୨୧ ରନ୍‌ ସ୍କୋର୍ କରିଛନ୍ତି। ସଚିନ ୪୬୩ଟି ଦିନିକିଆ ଖେଳି ୪୯ଟି ଶତକ ଓ ୯୬ଟି ଅର୍ଦ୍ଧଶତକ ସହ ୧୮,୪୨୬ ରନ୍‌ କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ ଇତିହାସରେ ଉଭୟ ଟେଷ୍ଟ ଓ ଦିନିକିଆରେ ସଚିନ ସର୍ବାଧିକ ରନ୍‌ ଓ ଶତକ ହାସଲ କରିଛନ୍ତି। ବିଶ୍ବର ଏକମାତ୍ର ବ୍ୟାଟ୍‌ସମ୍ୟାନ୍ ଭାବେ ସଚିନ ୨୦୦ ଆନ୍ତର୍ଜାତିକ ଶତକ ମାରିଛନ୍ତି। ୨୦୧୧ରେ ଭାରତ ବିଶ୍ବକପ୍ ଚମ୍ପିଆନ୍ ହୋଇଥିବା ବେଳେ ସଚିନ ଦଳର ସଦସ୍ୟ ଥିଲେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories