www.samajalive.in
Friday, December 12, 2025
26.1 C
Bhubaneswar

ନରଣପୁରରେ ଶିବ-ପାର୍ବତୀ ବିବାହତ୍ସୋବ ଓ ଶୀତଳ ଷଷ୍ଠୀ

କେନ୍ଦୁଝରଗଡ଼ : କେନ୍ଦୁଝର ସହର ଉପକଣ୍ଠ ନରଣପୁରରେ ଅଷ୍ଟମ ବାର୍ଷିକୀ ଶିବ-ପାବର୍ତୀ ବିବାହତ୍ସୋବ ଓ ଶୀଳତ ଷଷ୍ଠୀ ଯାତ୍ରା ବୁଧବାର ଧୁମ୍‌‌ଧାମରେ ପାଳିତ ହୋଇଯାଇଛି । ସକାଳ ୯ ଘଟିକାରେ ଘଡଘଡିସ୍ଥିତ ଶ୍ରୀ ଶ୍ରୀ କପିଳଶ୍ୱେର ମନ୍ଦିରକୁ କଳସ ଶୋଭାଯାତ୍ରା ଓ ପୂଜାର୍ଚ୍ଚନା ପରେ ପୂର୍ବାହ୍ନ ୧୧ଘଟିକାରେ ମନ୍ଦିରରୁ ବରକର୍ତ୍ତା ମନୋରଞ୍ଜନ ପାଢ଼ୀ ଓ ସହଧର୍ମିଣୀ ସ୍ୱର୍ଣ୍ଣଲତା ପାଢ଼ୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦିତ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ବରକର୍ତ୍ତାଙ୍କ ଘରୁ କନ୍ୟା କର୍ତ୍ତା ନରଣପୁରସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ବିବାହ ଶୋଭାଯାତ୍ରା ବାହାରିଥିଲା । ଏଥିରେ ନରଣପୁର, ଟାଙ୍ଗରପଳସା ଓ ହଳଦିଆଟାଙ୍ଗିରି ଗ୍ରାମର ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରଭୁଙ୍କ ବିବାହ ଶୋଭାଯାତ୍ରାରେ କନ୍ୟାକର୍ତ୍ତାଙ୍କ ଘର ନରଣପୁର ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଅପରାହ୍ନ ୩ଟାରୁ ଦୁର୍ଯ୍ୟୋଧନ ମହାନ୍ତ ଓ ସହଧର୍ମିଣୀ ରଞ୍ଜୁଲତା ମହାନ୍ତ କନ୍ୟା କର୍ତ୍ତା ଭାବେ ଯୋଗଦେଇ ବିବାହ ଉତ୍ସବ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷରେ ହୋଇଥିଲା ।

- Advertisement -

ଏହି ଅବସରରେ କନ୍ୟା କର୍ତ୍ତାଙ୍କ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଗୁରୁବାର ପୂର୍ବାହ୍ନ ୧୧ଟାରୁ ଶୀତଳ ଷଷ୍ଠୀ ଯାତ୍ରା ଓ ନଗର ପରିକ୍ରମା ପରେ କପିଳେଶ୍ୱର ମନ୍ଦିର ଘଡଘଡି ଠାରେ ବରକର୍ତ୍ତାଙ୍କ ଘରକୁ ଠାକୁରଙ୍କ ପ୍ରତ୍ୟାବର୍ତ୍ତନ ପରେ ସନ୍ଧ୍ୟା ୭ଘଟିକାରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ପୂର୍ବାହ୍ନରେ ଦେବ ଦମ୍ପତ୍ତିଙ୍କ ଶ୍ରୀ ବିଗ୍ରହ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି । ଶିବ ବିବାହତ୍ସୋବ କମିଟି ନରଣପୁର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବିବାହତ୍ସୋବରେ ହଜାର ହଜାର ଭକ୍ତ ଯୋଗଦେଇ ଦେବ ଦେବ ମହାଦେବ ଓ ଜଗତ୍‌‌ଜନନୀ ମା’ପାର୍ବତୀଙ୍କ ଆର୍ଶିବାଦ ଲାଭ କରିବା ଦୃଶ୍ୟ ବେଶ୍‌‌ ନିଆରା ଥିଲା।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories