www.samajalive.in
Friday, December 12, 2025
23.1 C
Bhubaneswar

୨୭ ଓ ୨୮ରେ କେନ୍ଦୁଝରରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ

କେନ୍ଦୁଝରଗଡ :  ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ରାଜ୍ୟ କାର୍ଯ୍ୟକାରିଣୀ ଓ କର୍ମକର୍ତ୍ତା ନିର୍ବାଚନ ଚଳିତ ମାସ ୨୭ ଓ ୨୮ ତାରିଖ ୨ଦିନ ଧରି କେନ୍ଦୁଝର ଠାରେ ଅନୁଷ୍ଠିତ ହେବ। କାଳୀପଡିଆ ଠାରେ ଅନୁଷ୍ଠିତ ହେବାକୁଥିବା ଏହି ଦୁଇଦିନିଆ ସମାବେଶକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌‌ଘାଟନ କରିବେ ବୋଲି ଓଷ୍ଟା ଅବସରପ୍ରାପ୍ତ ଶିକ୍ଷକ ସଂଘ ସଭାପତି ତଥା କୋର କମିଟି ଅଧ୍ୟକ୍ଷ ସଞ୍ଜୟ ବସନ୍ତ ଚକ୍ର ବୁଧବାର ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିସହ ଲୋକସଭା ସଦସ୍ୟାଙ୍କ ସମେତ ଜିଲାର ସମସ୍ତ ବିଧାୟକଙ୍କୁ ମଧ୍ୟ ଏହି ସମାବେଶରେ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରୀତ କରାଯାଇଛି। ସମାବେଶ ପୂର୍ବଦିନ ୨୬ ତାରିଖ ଅପରାହ୍ନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ ପରିସରରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ୨୭ ତାରିଖ ପୂର୍ବାହ୍ନରେ ରାଜ୍ୟସ୍ତରୀୟ ସମାବେଶ ଉଦ୍‌‌ଘାଟନ ହେବାପରେ ସମ୍ପାଦକୀୟ ବିବରଣୀ ଉପରେ ଆଲୋଚନା ଏବଂ ବିଗତ ୩ବର୍ଷର ଆୟବ୍ୟୟର ହିସାବ ପ୍ରଦାନ କାର୍ଯ୍ୟକ୍ରମ ରହିଛି । ଏହାପରେ ୨୮ ତାରିଖ ରାଜ୍ୟ ପରିଷଦ ବୈଠକ ଓ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ସହ ଉଦ୍‌‌ଯାପନୀ ସମାରୋହ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଏହି ଉପଲକ୍ଷେ ୨୭ ତାରିଖ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ ବୋଲି କୋର କମିଟି ଅଧ୍ୟକ୍ଷ ଶ୍ରୀ ଚକ୍ର ସାମ୍ବାଦିକ ସମ୍ମିିଳନୀରେ କହିଛନ୍ତି । ପ୍ରଥମଥର ପାଇଁ କେନ୍ଦୁଝରରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ କିଭଳି ସୁଚାରୁରୂପେ ସମ୍ପାଦନ କରାଯାଇ ପାରିବ ସେଥିପାଇଁ ବୁଧବାର ଅପରାହ୍ନରେ ଶିକ୍ଷକ ଭବନ ଠାରେ ଓଷ୍ଟା ଜିଲା ସଭାପତି ରଘୁନାଥ ବେହେରାଙ୍କ ଅଧ୍ୟକ୍ଷତାରେ କୋର କମିଟି ଓ ଜିଲା ଓଷ୍ଟା କାର୍ଯ୍ୟକାରୀ ସମିତିଙ୍କ ଉପସ୍ଥିତିରେ ଅଭ୍ୟର୍ଥନା ସମିତି ମିଳିତ ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଛି । ଏହି ସମାବେଶରେ ରାଜ୍ୟର ସମସ୍ତ ଜିଲାରୁ ପ୍ରାୟ ୧୫୦୦ରୁ ଅଧିକ ଶିକ୍ଷକ ଓ କର୍ମଚାରୀ ଯୋଗଦେବାକୁ ଥିବାରୁ ଏମାନଙ୍କ ରହିବା ଓ ଖାଇବା କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଓଷ୍ଟା ଅବସରପ୍ରାପ୍ତ ଶିକ୍ଷକ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟା ଅବସରପ୍ରାପ୍ତ ଶିକ୍ଷକ ସଂଘର ପ୍ରସନ୍ନ କୁମାର ରଥ, କ୍ଷୀରୋଦ କୁମାର ରାଉତ, ଓଷ୍ଟା ଜିଲା ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ଜିଲା କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ହଜାରୀ, ଉପସଭାପତି ମନ୍ମଥ ମହାନ୍ତ ଓ ଉପଦେଷ୍ଟା ଶାନ୍ତନୁ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories