www.samajalive.in
Friday, December 12, 2025
23.1 C
Bhubaneswar

ଦୁର୍ଗମ କଣ୍ଡରା, କାଚପାଜୁ ଗାଁ ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା : ଏବେ ଦିନ ୧୦ଟା ପରେ ଘରୁ ପଦାକୁ ଗୋଡ କାଢିହେଉନି । ଜିଲ୍ଲାରେ ଲାଗିରହିଥିବା ଗ୍ରୀଷ୍ମ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଠିକ୍ ଏଇ ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ହରଭଙ୍ଗା ବ୍ଲକର ଦୁର୍ଗମ କଣ୍ଡରା, କାଚପାଜୁ ଗାଁ ପରିଦର୍ଶନ ପାଇଁ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କାନରେ ଶୁଣିଥିବା ଦୁର୍ଗମ କଣ୍ଡରା, କାଚପାଜୁ ଅଧିବାସୀଙ୍କ ପାଖରେ ପହଞ୍ଚି ତାଙ୍କର ସୁଖ ଦୁଃଖରେ ସିଧାସଳଖ ସାମିଲ ହେବା ପାଇଁ ମନବଳାଇ ଥିଲେ ଜିଲ୍ଲାପାଳ। ଆଜି ସକାଳ ପାଖାପାଖି ୮ଟା ସମୟରେ ପାହାଡ ମଥାନ କାଚପାଜୁରେ ପହଞ୍ଚିଥିଲା ଜିଲ୍ଲାପାଳଙ୍କ ଗାଡି। ଜିଲ୍ଲାପାଳ ଆସୁଥିବା ଖବରପାଇ ଗାଁ ଲୋକେ ଖୁସିରେ ଆତ୍ମହରା ହୋଇପଡିଥିଲେ। କାଚପାଜୁ ସ୍କୁଲ ପଡିଆରେ ଗଛତଳେ ବସି ସେଠାକାର ଅଧିବାସୀଙ୍କ ସମସ୍ୟା କଥା ପଚାରି ବୁଝିଥିଲେ। ଗ୍ରାମର କୃଷ୍ଣଚନ୍ଦ୍ର କହଁର ଗାଁର ସମସ୍ୟା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗାଁର ମୁଖ୍ୟ ସମସ୍ୟା ରାସ୍ତା, ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ, ମୋବାଇଲ ନେଟଓାର୍କ, ଅଙ୍ଗନୱାଡି କେନ୍ଦ୍ରରେ କର୍ମଚାରୀଙ୍କ ଅନୁପସ୍ଥିତି ଇତ୍ୟାଦି ଉପରେ ଶ୍ରୀ କହଁର ଜିଲ୍ଲାପାଳଙ୍କୁ ଦୁଃଖ ବଖାଣିଥିଲେ । ଗାଁ ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ଶୁଣିବାପରେ ଜିଲ୍ଲାପାଳ ବ୍ଲାକ ଟେପିଂ ସହିତ ଗାର୍ଡୱାଲ ସଂଲଗ୍ନ ପକ୍କାରାସ୍ତା ନିର୍ମାଣ ପାଇଁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବିଏସଏନଏଲ ଟାୱାର ନିର୍ମାଣ ଦିଗରେ ବିଡିଓ ବିଏସଏନଏଲ କର୍ତ୍ତୃପକ୍ଷଙ୍କ ସାଙ୍ଗରେ କଥାହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାଚପାଜୁ ସ୍କୁଲ ପରିଦର୍ଶନ କରିବା ସହିତ ଏହାର ପାଚେରୀ ଏବଂ ଖେଳପଡିଆ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। କାଚପାଜୁ ଅଙ୍ଗନୱାଡି କେନ୍ଦ୍ରରେ କର୍ମଚାରୀଙ୍କ ଅନୁପସ୍ଥିତି ଏବଂ ଛତୁଆ ବଣ୍ଟନ ସଠିକ ଭାବରେ ହେଉନଥିବା ଜାଣିବାକୁ ପାଇଥିଲେ। ସୁପରଭାଇଜରଙ୍କୁ ନିଜେ ଆସି ଏହାର ତଦାରଖ କରି ୮ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସୁପରଭାଇଜର ନିଜେ ଆସି ପିଲାଙ୍କୁ ପାଠପଢାଇବା ପାଇଁ କହିଥିଲେ।

ପାଣି ସମସ୍ୟା ଦେଖି ଉଭୟ ଗାଁରେ ଦୁଇଟି କୋଲା ସୌର କୂପ ନିର୍ମାଣ ସହିତ ବନ୍ଧ ଖନନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଗାଁରେ ସୋଲାର ଲାଇଟ ଲଗାଇବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ସେଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଗର୍ଭବତୀଙ୍କ ପ୍ରତିଶେଧକ ଠିକଭାବେ ହେଉନଥିବା କଥା ଶୁଣିବା ପରେ ଏ ଦିଗରେ ମେଡିକାଲ ଟିମ୍ ଦୃଷ୍ଟି ଦେବାକୁ କଡା ନିର୍ଦ୍ଦେଶ ଦେଇଥିଲେ। ବନ୍ଦ ହୋଇପଡିଥିବା କଣ୍ଡରା ପ୍ରାଥମିକ ବିଦ୍ୟାଳୟର ତିନୋଟି ଗୃହକୁ ସ୍ୱୟଂସହାୟକ ଦଳକୁ ଅଟାକଳ, ଖଲିଦନା ଏବଂ ସଭାଗୃହରେ ବ୍ୟବହାର ନିମନ୍ତେ ପ୍ରଦାନ କରିଥିଲେ। କଣ୍ଡରା ଗାଁରେ ଥିବା ଦୁଇଟି ସ୍ୱୟଂ ସହାୟକ ଦଳ ସହିତ କାଚପାଜୁ ଗ୍ରାମରେ ଥିବା ଗୋଟିଏ ସ୍ୱୟଂସହାକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ ହଳଦୀ, ଆଚାର, ବଡି, ପାମ୍ପଡ, ଆମ୍ବୁଲ ଏବଂ ଖଜୁରୀ ରସରୁ ଗୁଡ ସହିତ ବାଇଓ ପ୍ଲକ ସିଷ୍ଟମରେ ମାଛଚାଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ପାଇଁ ମାର୍କେଟିଂ ଅନ୍ୟାନ୍ୟ ସୁବିଧା ପାଇଁ ଓରମାସ ଏବଂ ଆରଏମସିକୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ। କଣ୍ଡରା ଗ୍ରାମର ମାଟ୍ରିକ ପାଶ କରିଥିବା ଦୁଇ ଭାଇଭଉଣୀଙ୍କ ଉଚ୍ଚଶିକ୍ଷା ପାଇଁ ଜିଲ୍ଲାପାଳ ସହଯୋଗର ହାତ ବଢାଇ ଥିଲେ। କଣ୍ଡରା ଗ୍ରାମର ଅସହାୟ ଅବସ୍ଥାରେ ରହିଥିବା ବୃଦ୍ଧା ଗୋପ ଦେହୁରୀ ଭଳି ଜଣେ ବରିଷ୍ଠ ନାଗରିକଙ୍କୁ ଚାରିଛକର ବରିଷ୍ଠ ନାଗରିକ ଗୃହରେ ଥଇଥାନ କରିଥିଲେ। ୫ଜଣଙ୍କୁ ଭତ୍ତାକାର୍ଡ ସହ ୫ଶହ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଥିଲା।ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ତାଙ୍କ ସହିତ ବୌଦ୍ଧ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ବିନୀ କୁମାର ମେହେର, ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାରୀ, ଜିଲ୍ଲା ଯୋଗାଣ ଅଧିକାରୀ ବିଭୂପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଅଧିକାରୀ ରୀତିକାନ୍ତ ବଳିଆର ସିଂ,ଏସିଏଫ ଆଶିଷ କୁମାର କହଁର, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନୋରଞନ ପାତ୍ର, କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା,ଏପିଓ ହେମନ୍ତ ନାଏକ, ଯୋଗାଣ ଅଧିକାରୀ ବିପିନ ମହାପାତ୍ର,  ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ବ୍ଲକ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ନାଏକ, ବିପିଏମ ବେଣୁଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories