www.samajalive.in
Saturday, December 13, 2025
26.1 C
Bhubaneswar

ବାଂଲାଦେଶ ଫେରିଯିବେ ହସିନା, ରାଜନୀତିକୁ ଆସିବେ ପୁଅ ଓ୍ବାଜେଦ ଜୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ହେବା ପରେ ଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାସଭବନ ଏବଂ ତାଙ୍କ ଦଳ ଆଓ୍ବାମୀ ଲିଗ୍‌ର ନେତାମାନଙ୍କ ଉପରେ ଆକ୍ରମଣ ଯୋଗୁ ହସିନା ଦେଶ ଛାଡ଼ି ଭାରତରେ ଅଛନ୍ତି। କିନ୍ତୁ ସେ ଖୁବଶୀଘ୍ର ବାଂଲାଦେଶ ଫେରିବେ ବୋଲି କହିଛନ୍ତି ଓ୍ବାଶିଂଟନରେ ରହୁଥିବା ତାଙ୍କ ପୁଅ ସଜୀବ ସ୍ଵାଜେଦ ଜୟ। ଏପରି କି ଦଳ ଏବଂ ଦଳୀୟ କର୍ମୀଙ୍କ ସୁରକ୍ଷା ପାଇଁ ସେ ନିଜେ ରାଜନୀତିରେ ପାଦ ଦେବେ ବୋଲି ଜୟ କହିଛନ୍ତି। ତାଙ୍କ ମା’ ହସିନାଙ୍କର କୌଣସି ଦେଶରେ ରାଜନୈତିକ ଆଶ୍ରୟ ନେବାର କୌଣସି ଯୋଜନା ନାହିଁ। ବାଂଲାଦେଶରେ ନେତୃତ୍ଵର ଅଭାବ ରହିଛି। ତେଣୁ ସେ ଦେଶ ପାଇଁ ଯାହା ଦରକାର ପଡ଼ିବ ତାହା କରିବେ ବୋଲି କହିବା ସହିତ ଷଡ଼ଯନ୍ତ୍ର କରି କ୍ଷମତାକୁ ଆସିଥିବା ବାଂଲାଦେଶ ନ୍ୟାସନାଲ ପାର୍ଟି(ବିଏନପି) ଓ ଜମାତ୍‌ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି। ରାଜନୈତିକ ଅସ୍ଥିରତା ସମୟରେ ହସିନାଙ୍କୁ ଭାରତରେ ରହିବାକୁ ଅନୁମତି ଦେଇଥିବାରୁ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା ବି କରିଛନ୍ତି।

ଏକ ଜାତୀୟ ଗଣମାଧ୍ୟମ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ ସମୟରେ ଜୟ କହିଛନ୍ତି, ତାଙ୍କ ମା’ ହସିନା ଚଳିତ କାର୍ଯ୍ୟକାଳ ପରେ ରାଜନୀତିରୁ ଅବସର ନେଇଥାଆନ୍ତେ। ରାଜନୀତି କରିବାକୁ ତାଙ୍କର କୌଣସି ରୁଚି ନ ଥିଲା। କିନ୍ତୁ ବାଂଲାଦେଶରେ ଯାହା ସବୁ ଚାଲିଛି ତାହାକୁ ଦେଖି ସେ ବର୍ତ୍ତମାନ ଆଗକୁ ଆସିବା ଦରକାର ବୋଲି କହିଛନ୍ତି।

- Advertisement -

ଖଲେଦା ଜିୟା ଗୃହବନ୍ଦୀରୁ ମୁକୁଳିବା ପରେ ଏବଂ ଖଲେଦାଙ୍କ ପୁଅ ତଥା ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମନ ଢାକା ଫେରିବା ପରେ ହସିନାଙ୍କ ପୁଅ ଜୟ ଏପରି କହିଛନ୍ତି। ସେ ଆହୁରି କହିଛନ୍ତି, ତାଙ୍କ ଦଳ ଆଓ୍ବାମୀ ଲିଗ୍‌ ଆଗାମୀ ନିର୍ବାଚନରେ ଅଂଶଗ୍ରହଣ କରିବ ଏବଂ ଜିତିବାର ସମ୍ଭାବନା ମଧ୍ୟ ରହିଛି। ବାଂଲାଦେଶରେ ତାଙ୍କ ଦଳର ସର୍ବାଧିକ ସମର୍ଥକ ରହିଛନ୍ତି। ଅନ୍ତରୀଣ ସରକାର ପୁନର୍ବାର ନିର୍ବାଚନ ପାଇଁ ନିଷ୍ପତ୍ତି ନେଲେ ତାଙ୍କ ମା’ ବାଂଲାଦେଶ ଫେରିବେ ବୋଲି ଜୟ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories