www.samajalive.in
Monday, December 15, 2025
16.1 C
Bhubaneswar

ରବି ଶାସ୍ତ୍ରୀଙ୍କ ସହ ସମ୍ପର୍କକୁ ଖଣ୍ଡନ କଲେ ନିମରତ

ନୂଆଦିଲ୍ଲୀ : କ୍ରିକେଟ ଓ ବଲିଉଡ ଜଗତର ଚର୍ଚ୍ଚିତ ବ୍ୟକ୍ତିତ୍ୱ ମାନଙ୍କ ସମ୍ପର୍କକୁ ନେଇ ସବୁ ସମୟରେ ଚର୍ଚ୍ଚା ଜୋର ଧରିଥାଏ। ‘ପୁଣେ ମିରର’ ଖବର ଅନୁସାରେ ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବଲିଉଡ ଅଭିନେତ୍ରୀ ନିମରତ କୌରଙ୍କ ମଧ୍ୟରେ ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କ ରହିଆସିଛି। ୨୦୧୫ରେ ଜର୍ମାନୀ କମ୍ପାନୀର ଏକ କାରର ଉନ୍ମୋଚନରେ ରବି ଶାସ୍ତ୍ରୀ ଓ ନିମରତ କୌରଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲା।
ଉଭୟଙ୍କ ସମ୍ପର୍କକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ଏହାକୁ ନେଇ ସୋମବାର ନିମରତ କୌର ଟୁଇଟ କରି କହିଥିଲେ ଯେ, ଏହା ସମ୍ପୁର୍ଣ୍ଣ ମନଗଢା କାହାଣୀ, ଏଥିରେ କୌଣସି ସତ୍ୟତା ନାହିଁ। ଇଂଲଣ୍ଡ ଗସ୍ତରେ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଏହାପୂର୍ବରୁ ରବି ଶାସ୍ତ୍ରୀ ଅଭିନେତା ସୈଫ ଅଲ୍ଲି ଖାନଙ୍କ ପ୍ରଥମ ପତ୍ନୀ ଅମୃତା ସିଂହ ସହ ସମ୍ପର୍କକୁ ନେଇ ଗୁଜବ ଉଠିଥିଲା। ସେହି ସମୟରେ ଅମୃତା ଷ୍ଟାଡିୟମରେ ରବି ଶାସ୍ତ୍ରୀଙ୍କୁ ଉତ୍ସାହିତ ମଧ୍ୟ କରୁଥିଲେ। ଏକ ମାଗାଜିନରେ ରବି ଶାସ୍ତ୍ରୀ ଓ ଅମୃତାଙ୍କ କଭର ଫଟୋ ଆସିବା ପରେ ଖବରର ସତ୍ୟତା ଲୋକଲୋଚନକୁ ଆସିଥିଲା। ପରେ ରବି ଶାସ୍ତ୍ରୀ ୧୯୯୦ରେ ରିତୁ ସିଂ ସହ ବିବାହ କରିଥିଲେ ଓ ଅମୃତା ସିଂହ ସୈଫ ଅଲ୍ଲି ଖାନଙ୍କୁ ବିବାହ କରିଥିଲେ। ୮୦ ଦଶକରେ ଭାରତୀୟ କ୍ରିକେଟ ଦଳର ସଦସ୍ୟ ରବି ଶାସ୍ତ୍ରୀଙ୍କୁ ଅନେକ ଝିଅ ମାନେ ପସନ୍ଦ କରୁଥିଲେ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories