www.samajalive.in
Saturday, December 6, 2025
17.1 C
Bhubaneswar

ସେନସେକ୍ସ ୨୮୦ ଏବଂ ନିଫ୍ଟି ୯୧ ପଏଣ୍ଟ ଖସିଲା

ନୂଆଦିଲ୍ଲୀ : ଶୁକ୍ରବାର ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ) କାରବାର ହ୍ରାସ ସହ ବନ୍ଦ ହୋଇଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ) ସେନସେକ୍ସ ୨୭୯.୬୨ ପଏଣ୍ଟ ହ୍ରାସ ପାଇ ୩୬,୮୪୧.୫୦ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନିଫ୍ଟି ୯୧.୨୫ ପଏଣ୍ଟ ହ୍ରାସ ପାଇ ୧୧,୧୪୩.୧୦ ପଏଣ୍ଟରେ ରହିଛି। କାରବାର ମଝିରେ ହଠାତ୍‍ ସେନସେକ୍ସ ୧୫୦୦ ପଏଣ୍ଟ ହ୍ରାସ ପାଇଥିଲା। ଫଳରେ ନିବେଶକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। ଆଉ ଏକ କଳା ଶୁକ୍ରାବର ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଦିନ ୧ଟା ୩୦ ପରେ ସେନସେକ୍ସ କାରବାର ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଶୁକ୍ରବାର କାରବାର ଆରମ୍ଭ ବେଳକୁ ୨୭୦ ପଏଣ୍ଟ ବୃଦ୍ଧି ପାଇ ସେନସେକ୍ସ ୩୭୩୯୧.୬ ପଏଣ୍ଟ ଏବଂ ନିଫ୍ଟି ୮୯.୫୫ ପଏଣ୍ଟ ବୃଦ୍ଧି ପାଇ ୧୧୩୨୩ ପଏଣ୍ଟରେ ପହଞ୍ଚିଥିଲା। ମାତ୍ର ଦିନ ୧୨ଟା ୪୩ ମିନିଟ୍‍ରେ ହଠାତ୍‍ ସେୟାର ବଜାରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ୧ଟା ୮ ମିନିଟରେ ସେନସେକ୍ସ ୧୧୫୩ ପଏଣ୍ଟ ହ୍ରାସ ପାଇ ୩୫୯୯୩ ପଏଣ୍ଟରେ ପହଞ୍ଚିଥିଲା। ସେନସେକ୍ସ ବଜାରରେ ଭୂକମ୍ପ ସହ ନିବେଶକ ଭୟଭୀତ ହୋଇପଡ଼ିଥିଲେ। ମାତ୍ର ଏହାପରେ କାରବାରରେ ସକାରାତ୍ମକ ବୃଦ୍ଧି ଦେଖାଯାଇଥିଲା। ବାଣିଜ୍ୟ ଯୁଦ୍ଧର ପ୍ରଭାବ, ଅନ୍ତର୍ଜାତୀୟ ବଜାରରେ ମାନ୍ଧା କାରବାରର ପ୍ରଭାବ ସେୟାର ମାର୍କେଟ ଉପରେ ପଡ଼ିଥିଲା ଓ କାରବାରେ ହ୍ରାସ ଘଟିଥିଲା। ମାତ୍ର ଘରୋଇ ନିବେଶକଙ୍କ ଆସ୍ଥା ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୃଢ ହେବାର ଲାଭ ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିଥିଲା ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories