www.samajalive.in
Wednesday, December 10, 2025
15.1 C
Bhubaneswar

ଶାରଦା ଚିଟ୍‌ଫଣ୍ଡର ସମ୍ବଲପୁର ସମ୍ପର୍କ : ୨ ଅଭିଯୁକ୍ତଙ୍କୁ ଧରି ଅଦାଲତରେ ଦିଲ୍ଲୀ ପୁଲିସ

ସମ୍ବଲପୁର : ଶାରଦା ଚିଟଫଣ୍ଡ ଚେର ସମ୍ବଲପୁର ପର୍ଯ୍ୟନ୍ତ ଲମ୍ବିଛି। ସୋମବାର ଦିଲ୍ଲୀ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଆଣି ସ୍ଥାନୀୟ କୋର୍ଟରେ ହାଜର କରିଛି। ସ୍ଥାନୀୟ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଦିଲ୍ଲୀ ପୁଲିସର ୪ ଜଣିଆ ଟିମ୍‍ର ଜଣେ ସଦସ୍ୟ ‘ଶାରଦା ଚିଟଫଣ୍ଡ’ ବୋଲି ସଂକ୍ଷିପ୍ତ ଉତ୍ତର ଦେଇ ଅଧିକ କିଛି କହି ନ ଥିଲେ। ଦୁଇ ଅଭିଯୁକ୍ତଙ୍କ ବେଶଭୂଷାରୁ ସେମାନେ ଶିଖ ଭଳି ଜଣା ପଡ଼ୁଥିଲେ। ସେମାନଙ୍କୁ କାହିଁକି ସମ୍ବଲପୁର ଅଣାଯାଇଛିି ଓ ସେମାନଙ୍କ ସମ୍ବଲପୁରର ଲିଙ୍କ କ’ଣ ବୋଲି ପଚାରିବାରେ ସେମାନେ ଏଡ଼ାଇ ଯାଇଥିଲେ। ଦିଲ୍ଲୀ ପୁଲିସ ଟିମ ଏଠାରେ ପହଞ୍ଚିବା ପରେ ସେମାନଙ୍କ ସହ ସ୍ଥାନୀୟ ପୁଲିସ କ୍ଷେତରାଜପୁର ଷ୍ଟେସନରୁ ସେମାନଙ୍କୁ ନେଇ ସ୍ଥାନୀୟ କୋର୍ଟ ପରିସରକୁ ଆସିଥିଲେ। ତେବେ ଏହି ଘଟଣା ସଂପର୍କରେ ସେମାନଙ୍କ ପାଖରେ ସୂଚନା ନାହିଁ ବୋଲି ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ସମ୍ବଲପୁର ଏସପି ସଂଜୀବ ଆରୋରା କହିଛନ୍ତି।
ଶାରଦା ଗ୍ରୁପ ୨୦୧୩ ମସିହା ଏପ୍ରିଲ ମାସରେ ବନ୍ଦ ହେବା ପୂର୍ବରୁ ୧.୭ ନିୟୁତ ସଂଖ୍ୟକ ଜମାକାରୀଙ୍କଠାରୁ ୨ରୁ ୩ ଶହ ଅୟୁତ ଟଙ୍କା ଠକି ନେଇଥିଲା। ପଶ୍ଚିମବଙ୍ଗରେ ଏହାର ବହୁ ସଂଖ୍ୟକ ଜମାକାରୀ ଥିବାରୁ ରାଜ୍ୟ ସରକାର ଏକ ତଦନ୍ତ କମିଶନ ମଧ୍ୟ ବସେଇଥିଲେ। ପଶ୍ଚିମବଙ୍ଗ ସରକାର ଆର୍ଥିକ ଦୁର୍ବଳ ଶ୍ରେଣୀର ଜମାକାରୀଙ୍କ ସକାଶେ ୫ ନିୟୁତ ଟଙ୍କାର ଏକ ପାଣ୍ଠି କରିଥିଲେ। କେନ୍ଦ୍ର ସରକାର ଆୟକର ବିଭାଗ ଓ ଏନ୍‍ଫୋର୍ସମେଣ୍ଟ ନିର୍ଦେଶାଳୟ ଜରିଆରେ ଏହି ଶାରଦା ସ୍କାମ ତଥା ଦେଶରେ ଅନ୍ୟ ପୋଂଜି ସ୍କିମ୍‍ ଗୁଡ଼ିକର ତଦନ୍ତ ପାଇଁ କମିଟି ନିଯୁକ୍ତ କରିଥିଲେ।
ସିବିଆଇ ଏହାର ତଦନ୍ତ କରିବା ସମୟରେ ପଶ୍ଚିମବଙ୍ଗର ୨ ସାଂସଦ କୁନାଲ ଘୋଷ ଓ ଶ୍ରୀଞ୍ଜୟ ବୋଷ, ସେଠାକାର ପୂର୍ବତନ ପୁଲିସ ଡିଜି ରଜତ ମଜୁମଦାର, ଫୁଟବଲ କ୍ଲବ ଅଫିସିଆଲ ଦେବବ୍ରତ ସରକାର, ତୃଣମୂଳ କଂଗ୍ରେସ ସରକାରଙ୍କ କ୍ରୀଡ଼ା ଓ ପରିବହନ ମନ୍ତ୍ରୀ ମଦନ ମିତ୍ର ପ୍ରମୁଖ ଗିରଫ ହୋଇଥିଲେ। ଶାରଦା ଚିଟ୍‍ଫଣ୍ଡରେ ଓଡ଼ିଶାର ମଧ୍ୟ ବହୁ ଜମାକାରୀ ମଧ୍ୟ ଟଙ୍କା ଜମା କରି ଠକେଇର ଶିକାର ହୋଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories