www.samajalive.in
Saturday, December 6, 2025
14.1 C
Bhubaneswar

ସାଇରସଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ : ଶରଦ ପୱାର

ମୁମ୍ବଇ: ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏସଆଇଆଇ)ର ପ୍ରତିଷ୍ଠାତା ଡକ୍ଟର ସାଇରସ ପୁନାୱାଲାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପୱାର। ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ସମୟରେ ପୱାର କହିଥିଲେ ବିଭିନ୍ନ ରୋଗର ପ୍ରତିଷେଧକ ଟିକା ପ୍ରସ୍ତୁତ କରି ଏସଆଇଆଇର ବେଶ୍‌ ଖ୍ୟାତି ଅର୍ଜନ କରିଛି। ଏସଆଇଆଇର ମାର୍ଗଦର୍ଶକ ସାଇରସ ପୁନାୱାଲାଙ୍କୁ ଏଥିନିମନ୍ତେ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ୍‌। ସାଇସର ପୁନାୱାଲାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିବା​‌ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ସାଇରସଙ୍କୁ ଭାରତ ରତ୍ନ ମିଳିବା ଉଚିତ। ଟିକା ପ୍ରସ୍ତୁତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସାଇରସ ଦେଶ, ବିଦେଶରେ ବେଶ୍‌ ପ୍ରଶଂସିତ। ତାଙ୍କ ସଂସ୍ଥା ମାନବ ସମାଜକୁ ବିଭିନ୍ନ ପ୍ରାଣଘାତକ ରୋଗରୁ ରକ୍ଷା କରିବା ନିମନ୍ତେ କାମ କରୁଛି ବୋଲି ପୱାର ଦର୍ଶାଇଥିଲେ। ସୂଚନାଥାଉ କି ଏସଆଇଆଇ ଅନ୍ୟ ଟିକା ସହ କୋଭିଡ୍‌ ଟିକା ପ୍ରସ୍ତୁତ କରି ବେଶ୍‌ ଖ୍ୟାତି ଅର୍ଜନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories