www.samajalive.in
Saturday, December 6, 2025
15.1 C
Bhubaneswar

ଶନି ଜୟନ୍ତୀରେ କରନ୍ତୁ ବିଶେ‌ଷ ପୂଜା, ଦୂର ହେବ ଅନେକ ସମସ୍ୟା

ଜୁନ୍ ୩ ସୋମବାର ହେଉଛି ଶନି ଜୟନ୍ତୀ । ଶନି ଜୟନ୍ତୀ ଦିନ ଭଗବାନ ଶନିଦେବଙ୍କ ପୂଜା କରାଯାଏ । ଏହି ଦିନ ଶନିଦେବଙ୍କ ବିଶେଷ ପୂଜା କରିବା ଦ୍ବାରା ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ । ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଦୂର ହୋଇଥାଏ । ଶନି ଦେବତା ହେଉଛନ୍ତି ନ୍ୟାୟର ଦେବତା । ବିଧି ବିଧାନରେ ପୂଜା କରିବା ଦ୍ବାରା ଜୀବନର ସମସ୍ତ ପ୍ରକାର ଦୋଷ ଦୂର ହୋଇଥାଏ ।

ଶନିଦେବଙ୍କ କୃପା ଏବଂ ଶୁଭଫଳ ପାଇବା ପାଇଁ ଶନି ଜୟନ୍ତୀ ଅବସରରେ ବିଶେଷ ପୂଜା ଅବଶ୍ୟ କରନ୍ତୁ । ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନି ଦେବତାଙ୍କୁ ଶାନ୍ତ ରଖିବା ପାଇଁ ଏହି ପୂଜା ଅତ୍ୟନ୍ତ ପ୍ରଭାବଶାଳୀ । ଶନିଦେବତାଙ୍କ ବିଶେଷ ପୂଜା ଦ୍ବାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହେବ । ଏହି ଦିନ ଶନି ଦେବଙ୍କୁ ଅନୁଷ୍ଠାନିକ ଭାବେ ପୂଜା କରନ୍ତୁ । ଏହା ପରେ ପୂଜିତ ଢାଗା ବା ରକ୍ଷା ସୂତ୍ରକୁ ପୁରୁଷମାନେ ୨୧ ଦିନ ପର୍ୟ୍ୟନ୍ତ ହାତରେ ଧାରଣ କରି ଜଳସ୍ରୋତରେ ଭସାଇ ଦିଅନ୍ତୁ ଶନିଙ୍କୁ ପୂଜାର୍ଚ୍ଚନା କରିବାର କିଛି ସ୍ବତନ୍ତ୍ର ନିୟମ ରହିଛି। ଉପଯୁକ୍ତ ନିୟମ ଓ ବିଧି ପୂର୍ବକ ଶନିଙ୍କୁ ପୂଜାଚ୍ଚନା କରିବା ଦ୍ବାରା ଜୀବନର ବହୁ ସମସ୍ୟା ଦୂର ହୋଇଥାଏ।

- Advertisement -

ପୂଜାର୍ଚ୍ଚନା କରିବାର ନିୟମ 
ଏହି ଦିନ ପ୍ରାତଃ ସମୟରେ ସ୍ନାନ କରି କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
ଶନିଙ୍କ ମନ୍ଦିରକୁ ଯାଇ ସେଠାରେ ପଣ୍ଡିତଙ୍କ ଦ୍ବାରା ପୂଜା କରାନ୍ତୁ।
ଶନିଙ୍କୁ ଦର୍ଶନ କରିବା ସମୟରେ ପ୍ରଥମେ ତାଙ୍କ ପାଦକୁ ଦର୍ଶନ କରନ୍ତୁ।
ରାଶି ତେଲର ଦୀପ ପ୍ରଜ୍ବଳନ କରନ୍ତୁ।
ଜାଣତରେ ଅଜାଣତରେ କରୁଥିବା ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ।
ଲୁହା ଦ୍ରବ୍ୟ ଏହି ଦିନ କିଣନ୍ତୁ ନାହିଁ। କଳା ରଙ୍ଗର ପୋଷାକ ଦାନ କରନ୍ତୁ।
ଏହି ଦିନ ଆମିଷ ଖାଆନ୍ତୁ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories